କୋରାପୁଟ: ସାଧାରଣ ନିର୍ବାଚନ-୨୦୨୪ ପ୍ରଚାର ପାଇଁ ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ତିନି ଦଳର ନେତାମାନେ ଜନସଂପର୍କ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ମଧ୍ୟ ପ୍ରସ୍ତୁତ ହୋଇଛି। ଆସନ୍ତା ମେ’ ପ୍ରଥମ ସପ୍ତାହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ସେମାନେ କେରାପୁଟ, ଜୟପୁର, ରାୟଗଡ଼ା ଓ ଗୁଣପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ ସୋ’ ଓ ପ୍ରଚାର କରିବେ। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ନିର୍ବାଚନ ପ୍ରଚାର ସମୟରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ ରେଡ୍ଡୀ ମଧ୍ୟ ସାମିଲ ରହିବେ।

Advertisment

ଓଡ଼ିଶାରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୮ଟି ଲୋକସଭା ଓ ୪୯ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ନିର୍ବାଚନରେ ପ୍ରଚାର ପାଇଁ ୫୯ ଜଣିଆ ତାଲିକା ପ୍ରକାଶ କରିଛି।

ସୂଚନାଯୋଗ୍ୟ, କୋରାପୁଟ ସମେତ କଳାହାଣ୍ଡି, ନବରଂଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହାର ଅଧୀନ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ମେ’ ୧୩ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ।