ରାଜନଗର : ବ୍ୟବସାୟ ପାଇଁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଲେ ସୋନୁ ସୁଦ୍‌

ରାଜନଗର : ରାଜନଗର ଅଞ୍ଚଳରେ ଖୋଲିଥିବା ‘ସୋନୁ ସୁଦ୍‌ ୱେଲ୍ଡିଂ ୱାର୍କସପ’ ସଂପର୍କରେ ଜାଣ ଖୁସି ହୋଇଯାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ତାଙ୍କ ନାମରେ ଏଭଳି ୱାର୍କସପ୍ ଖୋଲିଥିବା ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ସେ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶା ଆସିଲେ ତାଙ୍କ ୱାର୍କସପ୍‌କୁ ଯାଇ ୱେଲ୍ଡିଂ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ଏକ ଘଟଣା ଅଞ୍ଚଳରେ ବି ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନାଯୋଗ୍ୟ ଯେ, ରାଜନଗର ବ୍ଲକ ଡେରା ପଂଚାୟତ ଚିଞ୍ଚିରି ଗାଁର ପ୍ରଶାନ୍ତ କୁମାର ପ୍ରଧାନ କେରଳରେ ଲକଡାଉନରେ ଫସି ରହିଥିଲେ। ସେ ଗାଁକୁ ଫେରିବାର ବାଟ ପାଉ ନଥିବାବେଳେ ଅଭିନେତା ସୋନୁ ସୁଦଙ୍କୁ ସହାୟତାରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଅନ୍ୟ ୧୬୮ ଜଣଙ୍କ ସହିତ ଓଡ଼ିଶା ଫେରିଥିଲେ। କେରଳରୁ ଫେରିବା ପରେ ପ୍ରଶାନ୍ତ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର