କନକତୋରା : ଝାରସୁଗୁଡ଼ା ଲଖନପୁର ବ୍ଲକ୍ କୁଶମେଲ ଗାଁର ଅଲିଅଳ କନ୍ୟା ସୋନି ଯାଦବ ସାଜିଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଧରମଜୟଗଡ଼ ଗାଁର ବୋହୂ। ରୀତିନୀତି ଅନୁଯାୟୀ ସୋନି ଏବଂ ପୁରୁଷୋତ୍ତମଙ୍କ ବିବାହ ସଂପନ୍ନ ହୋଇଛି। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ କନ୍ୟାଦାନ କରିଛନ୍ତି। ବିବାହଟି ସାଧାରଣ ଲାଗୁଥିଲେ ମଧ୍ୟ ସମଗ୍ର ଅଂଚଳ ପାଇଁ ଥିଲା ଉତ୍ସାହ ଓ ଚର୍ଚ୍ଚାର ବିଷୟ ପାଲିଟିଛି।
/sambad/media/post_attachments/wp-content/uploads/2021/04/sony-1.jpg)
ଛତିଶଗଡ଼ରୁ ମହାନଦୀର ପ୍ରଖର ସ୍ରୋତରେ ୫୦ କିଲୋମିଟରରୁ ଅଧିକ ବାଟ ଭାସି ଆସିବା ସୋନି ଜୀବିତ ଭାବେ ଉଦ୍ଧାର ହୋଇ ଓଡ଼ିଶାର ଝିଅ ପାଲଟିଥିଲେ। ବିବାହ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଚୁରୁକା, ଦେବ ପୂଜନ, ଗନସନ, ତୈଳାଭିଷେକ ହୋଇଥିଲା। ବୁଧବାର ସକାଳେ ବର ଓ ବରଯାତ୍ରୀ କୁଶମେଲରେ ପହଞ୍ଚିଥିଲେ। ଶୁଭ ଲଗ୍ନ ଦେଖି ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପଡ଼ିଥିଲା ହସ୍ତଗଣ୍ଠି।
/sambad/media/post_attachments/wp-content/uploads/2021/04/sony2.jpg)
ଗତ ପାଞ୍ଚ ବର୍ଷ ତଳେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ସୋନିଙ୍କୁ ଲଖନପୁର ବ୍ଲକ କୁଶମେଲ ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସ କାଲୋ ତାଙ୍କୁ ଉଦ୍ଧାର କରିଥିଲେ। ପୁନର୍ଜନ୍ମ ପାଇବା ପରେ ବାପା, ମା’ ନଥିବା ସୋନି ସନ୍ନ୍ୟାସୀ ଓ ତାଙ୍କ ପତ୍ନୀଙ୍କୁ ପିତା, ମାତା ଭାବେ ଗ୍ରହଣ କରି ନେଇଥିଲେ। ସନ୍ନ୍ୟାସୀ ଓ ତାଙ୍କ ପତ୍ନୀ ମଧ୍ୟ ଶ୍ରଦ୍ଧାର ସହିତ ସୋନିଙ୍କୁ ଝିଅ ଭାବେ ରଖିଥିଲେ।
/sambad/media/post_attachments/wp-content/uploads/2021/04/sony3.jpg)
ବୁଧବାର ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଧରମଜୟଗଡ଼ ବାସିନ୍ଦା ପ୍ରେମସିଂ ଯାଦବଙ୍କ ପୁଅ ପୁରୁଷୋତ୍ତମ ଯାଦବଙ୍କ ସହିତ ବାହାଘର ହୋଇଛି ସମ୍ପନ୍ନ ହୋଇଛି। କୁଶମେଲ ଗାଁର ସମସ୍ତ ଲୋକ ସୋନିଙ୍କ ବାହାଘରରେ ଉତ୍ସାହର ସହିତ ସାମିଲ ହୋଇଥିଲେ। ଗାଁ ଲୋକଙ୍କ ସ୍ନେହ ଆଦର ପାଇ ପିଲାଟି ଦିନରୁ ବାପା-ମା’ଛେଉଣ୍ଡ ସୋନିଙ୍କ ଆଖି ଆନନ୍ଦାଶ୍ରୁରେ ଭିଜି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/sony-444.jpg)