ଭୁବନେଶ୍ବର : କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ପୁଲିସ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ଏସଓପି। ପୁଲିସ ଡିଜି ଏ ନେଇ ସର୍କୁଲାର ଜାରି କରିଛନ୍ତି। କରୋନା ଆକ୍ରାନ୍ତ ଥିବା ଯେଉଁ ପୁଲିସ କର୍ମଚାରୀ ସୁସ୍ଥ ହୋଇ ଫେରୁଛନ୍ତି ସେମାନେ ପ୍ଲାଜମା ଦେବା ଲାଗି ଉତ୍ସାହିତ କରିବା ପାଇଁ ପୁଲିସ ବାହିନୀର ସବୁ ବିଭାଗକୁ କୁହାଯାଇଛି। ପ୍ଲାଜମା ଦାତାଙ୍କ ବୟସ ୧୮ରୁ ୬୦ ଏବଂ ଓଜନ ଅତି କମରେ ୫୫ କେଜି ହୋଇଥିବା ଆବଶ୍ୟକ। କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସା ସହ ପାଖରେ ରିପୋର୍ଟ ଥିବା ବାଧ୍ୟତାମୂଳକ। ଏଥି ସହିତ ପ୍ଲାଜମା ଦାନ କରିବାର ୨୮ ଦିନ ପୂର୍ବରୁ ଶରୀରରେ କୌଣସି ଲକ୍ଷଣ ନ ଥିବା ନିହାତି ଜରୁରୀ। ପୁଲିସ କର୍ମଚାରୀଙ୍କ ପ୍ଲାଜମା ଦାନ ପରିଚାଳନା ପାଇଁ ପୁଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଆଇପିଏସ୍ ଅଫିସର ବିବେକାନନ୍ଦ ଶର୍ମା ନୋଡାଲ୍ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କର ଫୋନ୍ ନମ୍ବର ଓ ଇ-ମେଲ୍ ଆଇଡି ମଧ୍ୟ ଜାରି କରାଯାଇଛି। ଯେଉଁମାନେ ପ୍ଲାଜମା ଦାନ କରିବେ ସେମାନେ ତାଙ୍କୁ ଅବଗତ କରିବେ ଓ ଏହା ପରେ ସମ୍ପୃକ୍ତ କର୍ମଚାରୀ ଏସସିବି ମେଡିକାଲରେ ପ୍ଲାଜମା ଦାନ କରିପାରିବେ। ଯେଉଁ ପୁଲିସ କର୍ମଚାରୀ ସଫଳତାର ସହ ପ୍ଲାଜମା ଦାନ କରିବେ ଓ ଏସସିବି ମେଡିକାଲ କର୍ତ୍ତୃପକ୍ଷ ସନ୍ତୁଷ୍ଟ ହେବେ ତାହାଲେ ସେମାନଙ୍କ ସର୍ଭିସ ବୁକରେ ଉଲ୍ଲେଖ ରହିବ ବୋଲି ଡିଜିପି ଜାରି କରିଥିବା ସର୍କୁଲାରରେ ଉଲ୍ଲେଖ ରହିଛି।
ପୁଲିସ କର୍ମଚାରୀଙ୍କ ପ୍ଲାଜମା ଦାନ ପାଇଁ ଏସ୍ଓପି
/sambad/media/post_attachments/wp-content/uploads/2020/07/plasama.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)