ଟିକାର ସୁରକ୍ଷା ପାଇଁ ଜାରି ହେଲା ଏସଓପି, କଡ଼ାକଡ଼ି ପାଳନ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର : ଦେଶରେ ଆସନ୍ତା ସପ୍ତାହରୁ କରୋନା ଟିକାଦାନ ଆରମ୍ଭ ହେବାକୁ ଯାଉଥିବାବେଳେ ଟିକା ଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ମାନକ କାର୍ଯ୍ୟବିଧି (ଏସଓପି) ଜାରି କରିଛନ୍ତି  । ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲା ଓ ନଗର ନିଗମଗୁଡ଼ିକୁ ଏସବୁ ଏସଓପି ପାଳନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଟିକା ପରିବହନ ଓ ରକ୍ଷଣାବେକ୍ଷଣ ଏବଂ ଟିକାଦାନ କେନ୍ଦ୍ରରେ ଯେପରି ଟିକାଗୁଡ଼ିକ ସୁରକ୍ଷିତ ରହିବ ଓ ନଷ୍ଟ ହେବ ନାହିଁ ସେଥିପାଇଁ ଏହି ଏସଓପି କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

  •  ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଟିକାକୁ ବେଆଇନ  ଭାବେ ରଖିବା, ବିତରଣ ଓ ବିକ୍ରି ଆଇନ ଅନୁସାରେ ଏକ ଅପରାଧ ବିବେଚିତ ହେବ  ଓ ଏଥିଲାଗି ଦୋଷୀମାନଙ୍କୁ ଦଣ୍ଡିତ କରାଯିବ ।
  •  ଟିକାଗୁଡ଼ିକର ତଦାରଖ ପାଇଁ କୋଓ୍ବିନ ପୋର୍ଟାଲ ଗଠନ କରାଯାଇଛି । ପ୍ରତି ଟିକା ନାମ, ବ୍ୟାଚ ନମ୍ବର, ଉତ୍ପାଦନତାରିଖ,  ଇଲେକ୍ଟ୍ରୋନିକ ମାଧ୍ୟମରେ ଲିପିବଦ୍ଧ ରହିବ ।
  •  ଟିକା ଦିଆଯିବା ପରେ ଖୋଳଟିକୁ ଶୀତଳଭଣ୍ଡାର ପଏଣ୍ଚକୁ ଫେରସ୍ତ ଅଣାଯିବ ଓ ତାହାକୁ ସିପିସିବି ନିୟମ ଅନୁସାରେ ନଷ୍ଟ କରାଯିବ ।
  • ଟିକା ପରିବହନ ଓ ରକ୍ଷଣାବେକ୍ଷଣ ଏବଂ ଟିକାଦାନ କେନ୍ଦ୍ରରେ ଯେପରି ଟିକାଗୁଡ଼ିକ ସୁରକ୍ଷିତ ରହିବ ସେଥିଲାଗି ସୁରକ୍ଷା ବ୍ୟବସ୍ଥା କରାଯିବ ।
  • ସୁରକ୍ଷା ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇପାରିବ ।
ସମ୍ବନ୍ଧିତ ଖବର