ଆଖିଧରା ସ୍ଥିତି ବିଗିଡ଼ିଲେ ଜାରି ହୋଇପାରେ ମାର୍ଗଦର୍ଶିକା: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ଆଖିଧରା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ ପ୍ରତିଶତ ରୋଗୀ କେବଳ ଆଖିଧରା ସଂକ୍ରମିତ ବୋଲି ଜଣାପଡିଛି । ସେହିପରି ଭୀମସାରକୁ ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଆଖିଧରା ରୋଗୀ ଆସି ଚିକିତ୍ସିତ ହେଉଛନ୍ତି।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି ପୂର୍ବ ତୁଳନାରେ ଏହି ଆଖି ଧରା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣାରେ ପହଂଚିଥିବା ଡାକ୍ତର କହିଛନ୍ତି । ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିପାରନ୍ତି । ଏହା ଏକ ଭୂତାଣୁ ଜନିତ ରୋଗ। ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ। ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେଉଥିବାରୁ ସତର୍କ ରହିବାକୁ ପଡ଼ିବ। ସ୍କୁଲରେ ଯାହାକୁ ବ୍ୟାପୁଛି ତାଙ୍କ ବାପା ମା’ଙ୍କୁ ଅନୁରୋଧ ସେହି ପିଲାଙ୍କୁ ସ୍କୁଲକୁ ନଛାଡ଼ନ୍ତୁ।

ସମ୍ବନ୍ଧିତ ଖବର