ପରୀକ୍ଷା ଆରମ୍ଭରୁ ବିଭ୍ରାଟ : ବିଜାତଳା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ରାତିରେ ହେଲା ଏସ୍‌ଓଏସ୍‌ସି ପରୀକ୍ଷା

ରାଇରଙ୍ଗପୁର : ପରୀକ୍ଷା ଆରମ୍ଭରୁ ବିଭ୍ରାଟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁରରେ। ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ରାତିରେ ହୋଇଥିବାର ସୂଚନା ମିଳିଛି। ବିଜାତଳା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଏଭଳି ଘଟଣା ଘଟିଛି। ଏହି କେନ୍ଦ୍ରରେ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ଏଥିରେ ୨୦୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାର ଖବର ମିଳିଛି। ଆଜି ଇଂରାଜୀ ପରୀକ୍ଷା ଥିଲା, ମାତ୍ର ଏହି କେନ୍ଦ୍ରକୁ ଇଂରାଜୀ ବଦଳରେ ଓଡ଼ିଆ ପ୍ରଶ୍ନପତ୍ର ଆସିଥିବାରୁ ପରୀକ୍ଷା ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର