ଏସ୍‌ସିବିରେ ଖୋଲିଲା ସୋଟୋ କାର୍ଯ୍ୟାଳୟ

କର୍ମଶାଳାରେ ଯୋଗେଦେଲେ ମୁମ୍ବାଇ ଓ ହାଇଦ୍ରାବାଦ୍ରର ବିଶେଷଜ୍ଞ

କଟକ: ଏସ୍‌ସିବିରେ ଖୋଲିଲା ଅଙ୍ଗ ପ୍ରତ୍ୟାରୋପଣ କେନ୍ଦ୍ର ବା ସୋଟୋର କାର୍ଯ୍ୟାଳୟ। ଏଥିପାଇଁ କର୍ମଚାରୀ ମଧ୍ୟ ନିଯୁକ୍ତି ପାଇ ସାରିଲେଣି। ଷ୍ଟେଟ୍‌ ଅରଗାନ୍‌ ଏଣ୍ଡ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌(ସୋଟୋ)ପକ୍ଷରୁ ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ଆଜି ‘ବ୍ରେନ୍‌ ଷ୍ଟେମ୍‌ ଡେଥ୍‌’ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏସ୍‌ସିବି କାଡାଭୋରିକ୍‌ ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ତଥା ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କର୍ମଶାଳାରେ ଏନ୍‌ଡିଟିଏନ୍‌ର ସଭାପତି ମୁମ୍ବାଇର ଡାକ୍ତର ବତ୍ସଳା ତ୍ରିବେଦୀ, ହାଇଦ୍ରାବାଦ୍‌ ଆପୋଲୋରୁ ଆସିଥିବା ଡାକ୍ତର ଲଳିତା ରଘୁରାମ, ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଡକ୍ଟର ସମୀରଣ ଅଧିକାରୀ, ଆମ୍ରିର ଡାକ୍ତର ସୁବୋଧ ଦାସ ଓ ଡାକ୍ତର ସୁକାନ୍ତ ଦାଶ, ସମ୍‌, କିମ୍‌ସ ତଥା ବିଭିନ୍ନ କୋର୍ପୋରେଟ୍ ହସ୍ପିଟାଲର ସିଇଓ ଓ ଡାକ୍ତର, ଏସ୍‌ସିବିର ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର, ପ୍ରଫେସର ଡାକ୍ତର ସଂଜୀବ ମିଶ୍ର, ପ୍ରଫେସର ଅଶୋକ ମଲ୍ଲିକ୍‌, ସୋଟୋ ଯୁଗ୍ମ ନିର୍ଦ୍ଦେଶକ ରୁଦ୍ରାଶିଷ ସାମଲଙ୍କ ସମେତ ପିଜି ଛାତ୍ରଛାତ୍ରୀଙ୍କୁ ମିଶାଇ ୧୫୦ଜଣ ଏହି କର୍ମଶାଳାରେ ଭାଗ ନେଇଥିଲେ। ଏହି କର୍ମଶାଳାରେ ମୃତ୍ୟୁର ୬/୭ଦିନ ପରେ ବି ରୋଗୀଙ୍କୁ ଆଇସିୟୁରେ ରଖି ମେଡିକାଲ କର୍ତ୍ତୃପକ୍ଷ ଟଙ୍କା ନେଉଛନ୍ତି ବୋଲି ହେଉଥିବା ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି, ଏହି ‌କେନ୍ଦ୍ର ମାଧ୍ୟମରେ ଅଙ୍ଗଦାନ ପାଇଁ ଆଗ୍ରହୀ ଥିବା ବ୍ୟକ୍ତି, ବର୍ଷ ବର୍ଷ ଧରି ‘ବ୍ରେନ୍‌ ଡେଡ୍‌’ରେ ଥିବା ବ୍ୟକ୍ତି ସେମାନଙ୍କ ସ୍ବୀକୃତି ଦେଇ ସଚଳ ଅଙ୍ଗକୁ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରିପାରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର