ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ବର-କଟକର ନୂଆ ପୁଲିସ କମିସନର

ଭୁବନେଶ୍ବର : ରାଜ୍ୟ ଆଇପିଏସସ୍ତରରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ୧୯୯୫ ବ୍ୟାଚ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ବର-କଟକ ପୁଲିସ କମିସନରେଟର ନୂଆ  କମିସନର ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ ।

ବର୍ତ୍ତମାନର ପୁଲିସ କମିସନର ତଥା ୧୯୯୦ ବ୍ୟାଚ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ ଗୃହ ନିର୍ମାଣ ଓ ମଙ୍ଗଳ ନିଗମ (ଓପିଏଚଡବ୍ଲୁସି ) ର ନୂଆ ସିଏମଡି ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ଓପିଏଚଡବ୍ଲୁସି ସିଏମଡି ତଥା ୧୯୮୮ ବ୍ୟାଚର ଆଇପିଏସ ଏମ. ଅକ୍ଷୟଙ୍କୁ ରାଜ୍ୟ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ (ଡିଜି) ନିଯୁକ୍ତ କରାଯାଇଛି ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆଇପିଏସସ୍ତରରେ ହୋଇଥିବା ଏହି ଅଦଳବଦଳ ନେଇ ସୂଚନା ଦିଆଯାଇଛି।

ଏହି ନିଯୁକ୍ତି ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ନବନିଯୁକ୍ତ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୋ ଉପରେ ସରକାର ନ୍ୟସ୍ତ କରିଛନ୍ତି, ତେଣୁ ମୁଁ ଏହି ଦାୟିତ୍ୱକୁ ଠିକ ଭାବରେ ନିର୍ବାହ କରିବି । ଏହା ହିଁ ମୋର ମୁଖ୍ୟ ଲକ୍ଷ୍ୟ ରହିବ ।

ସମ୍ବନ୍ଧିତ ଖବର