ସୌମ୍ୟା ଧରିଲେ ବିରଳ ପ୍ରଜାତିର ସାପ

ବାରିପଦା: ସୌମ୍ୟା ଷଡ଼ଙ୍ଗୀ ସାପ ଧରିବା ପାଇଁ ତାଲିମ ନେଇଛନ୍ତି। ସେ ଏଇଭିତରେ ବହୁ ବିଷାକ୍ତ ସାପ ଧରିଛନ୍ତି। ଆଜି ବାରିପଦାର ଜଣେ ବ୍ୟକ୍ତିଙ୍କଠାରୁ ଫୋନ୍‌ କଲ୍‌ ପାଇ ତାଙ୍କ ଘରେ ପହଞ୍ଚିଯାଇଥିଲେ ସୌମ୍ୟା। ସାପଟି ପାଖ ଗଛରୁ ଖସି ମୋଟରସାଇକେଲ୍‌ ସିଟ୍ ତଳେ ଲୁଚି ରହିଥିଲା। ସୌମ୍ୟା କୌଶଳକ୍ରମେ ୩ ମିନିଟ୍ ମଧ୍ୟରେ ତାକୁ ଧରିବାରେ ସଫଳ ହୋଇଥିଲେ। ଉଦ୍ଧାର ସାପଟି ବିରଳ ପ୍ରଜାତିର। ଏହାର ଲମ୍ବ ୭ ଫୁଟ୍‌। ସେ ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇଁପାରେ। ସାପର ସେଭଳି ବିଷ ନାହିଁ।

ଏହାକୁ କେହି ନାଉଡ଼ଙ୍କିଆ ସାପ କହୁଥିବା ବେଳେ ଆଉ କେହି ଭିନ୍ନ ପ୍ରଜାତିର ବୋଲି କହୁଛନ୍ତି। ପ୍ରଥମେ ଏହି ପ୍ରଜାତିର ସାପ ଉତ୍ତର ଆମେରିକାରେ ଚିହ୍ନଟ ହୋଇଥିଲା। ପରେ ଏହାର ପ୍ରଜାତି ମେକ୍ସିକୋ, ଥାଇଲାଣ୍ଡ ଓ ମାଲେସିଆରେ ଦେଖିବାକୁ ମିଳିଥିଲା। ସାପଟି ଉଦ୍ଧାର ହେବା ପରେ ତାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର