ଭଦ୍ରକ: ସିନିୟର ଜାତୀୟ ନେଟବଲ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳରେ ଭଦ୍ରକର ସୌମ୍ୟ ରଂଜନ ବେହେରା ସ୍ଥାନ ପାଇଛନ୍ତି। ସୌମ୍ୟ ଓଡ଼ିଶା ଦଳ ସହିତ ହରିୟାଣାର ଭିୱାନୀ ଗସ୍ତ କରିଛନ୍ତି।

Advertisment

ଏହା ପୂର୍ବରୁ ସବ୍‌ଜୁନିଅର ଓ ଜୁନିଅର ବାଳିକା ଦଳରେ ଭଦ୍ରକରୁ ୪ ଜଣ ଖେଳାଳି ଆଦ୍ୟାଶା ଅଦିତି ବେହେରା, ଲିପ୍‌ଶିଖା ମହାଳିକ, ଦିପ୍ତିମୟୀ ଦାସ, ଜୟଶ୍ରୀ ଦାସ ପ୍ରତିନିଧିତ୍ବ କରିଥିବା ବେଳେ ସୌମ୍ୟ ପ୍ରଥମଥର ପାଇଁ ବାଳକ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କର ସଫଳତା ପାଇଁ ଭଦ୍ରକ ଜିଲ୍ଲା ନେଟ୍‌ବଲ ସଭାପତି ତନ୍ମୟ ମହାନ୍ତି, କୋଷାଧ୍ୟକ୍ଷ ବିଶ୍ବାମିତ୍ର ବେହେରା, ସମ୍ପାଦକ ମନୋଜ କୁମାର ସାହୁ, ଉପସଭାପତି ଅଭିଷେକ ମହାନ୍ତି, ବି ପିତାମ୍ବର ରେଡ୍ଡୀ, ସହସମ୍ପାଦକ ପୁଷ୍ପାଞ୍ଜଳି ପ୍ରଧାନ ଓ ସଞ୍ଜୟ ଭୋଇ, ଅମ୍ରିତା ବିଶ୍ବାଳ, ଅଧ୍ୟକ୍ଷ ମନୋଜ କୁମାର ଦାସ ଶୁଭେଚ୍ଛା ଜଣାଇଛନ୍ତି।