ଭୁବନେଶ୍ୱର: ବିଜୁ ଜନତା ଦଳର ତିନି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଚ୍ୟୁତ ସାମନ୍ତ ଗୁରୁବାର ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଏହି ଘୋଷଣା କରିଛନ୍ତି। ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରୁ ନିର୍ବାଚିତ ହେବାର ସାର୍ଟିଫିକେଟ୍ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ ଗ୍ରହଣ କରିଛନ୍ତି। ଅଚ୍ୟୁତ ସାମନ୍ତ ଅନୁପସ୍ଥିତ ଥିବାରୁ ସେ ସାର୍ଟିଫିକେଟ ଗ୍ରହଣ କରି ପାରି ନାହାନ୍ତି। ରାଜ୍ୟସଭା ନିର୍ବାଚନ ଲାଗି ଅନ୍ୟ କୌଣସି ପ୍ରାର୍ଥୀ ଦୌଡ଼ରେ ନଥିବାରୁ ବିଜୁ ଜନତା ଦଳର ଏହି ୩ ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରାଯାଇଛି।
ରାଜ୍ୟସଭା ସଦସ୍ୟ ନିର୍ବାଚିତ ହେବାପରେ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ‘ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବି । ଚଷା, ଭାଷା ଓ ନିଶାକୁ ନେଇ ମୋର କାମ ଜାରି ରହିବ। ଚିଟଫଣ୍ଡ୍ ଓ ଭାଷା ପାଇଁ ସରକାର କିଛି ପଦକ୍ଷେପ ନେଲେଣି । ଆଗକୁ ଏ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ମୋର ଆଶା।’ ସେହିପରି ପ୍ରଶାନ୍ତ ନନ୍ଦ କହିଛନ୍ତି, ‘ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବି। ଦଳର ଯାହା ବି ପ୍ରସଙ୍ଗଥିବ ତାହା ଉତ୍ଥାପନ କରିବୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Rajyasabha-Candidate_BJD-750x430-1.jpg)