ନୟାଗଡ: ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଖଣ୍ଡପଡ଼ାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ଖଣ୍ଡପଡ଼ାର ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର କୁମାର ରଣସିଂହ ଏବଂ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

Advertisment

publive-image
ଏଠାରେ ସୂଚନାଯୋଗ୍ୟ ସୌମ୍ୟରଂଜନ ପଟ୍ଟନାୟକ ୨୦୧୮ ମାର୍ଚ୍ଚ ୭ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ଏବଂ ଦଳ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ କରିଥିଲା। ସେ ଏବେ ଦଳର ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ଅଛନ୍ତି। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡ଼ା ଆସନରୁ ବିଧାୟକ ହୋଇ ସେହି ଅଞ୍ଚଳର ସେବା କରିବା ଳାଗି ଇଚ୍ଛା ପ୍ରକାଶ କରିଥିଲେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ ତାରିଖ ଦିନ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ,  ନୟାଗଡ଼ର ବିଜେଡି ପ୍ରାର୍ଥୀ ଅରୁଣ ସାହୁ ମଧ୍ୟ ଆଜି ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି।