ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ ଓ ସାମାଜସେବୀ ଅଚ୍ୟୁତ ସାମନ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଧାନସଭାରେ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ରାଜେଲ ପାଟିଲଙ୍କ ନିକଟରେ ଏହି ୩ ଜଣ ବିଜୁ ଜନତା ଦଳ  ପ୍ରାର୍ଥୀ ସେମାନଙ୍କ ନାମଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

Advertisment

publive-image
ପ୍ରଥମେ ପ୍ରଶାନ୍ତ ନନ୍ଦ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଥଲେ। ଶ୍ରୀ ନନ୍ଦ ପ୍ରାର୍ଥୀପତ୍ର ଦାଖଲ କଲାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହିତ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ।
ପରେ ପରେ ରିଟର୍ଣ୍ଣିଂ ଅଫସର ଶ୍ରୀ ପାଟିଲଙ୍କ ବିଧାନସଭାର ୫୪ ନମ୍ବର କୋଠରୀରେ ଥିବା କାର୍ଯ୍ୟାଳୟରେ ପହଞ୍ଚିଥିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ , ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଭାବେ ଦୁଇ କିତା ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

publive-imageପରେ ପରେ ସମାଜସେବୀ ଅଚ୍ୟୁତ ସାମନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।