ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ସୌର ଜଳନିଧି େଲାକାର୍ପିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ୨୫୦୦ ଏକର ଅଣ ଜଳସେଚିତ ଚାଷ ଜମିକୁ ଜଳସେଚିତ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ସରକାର କୃଷକଙ୍କୁ ରିହାତି ମୂଲ୍ୟରେ ସୌର ଚାଳିତ ପାଣିପମ୍ପ େସଟ୍ େଯାଗାଇ େଦବେ। ଏହି କାର୍ଯ୍ୟକ୍ରମରେ େମାଟ ୨୭ େକାଟି ୧୮ ଲକ୍ଷ ଟଙ୍କା ବିନିେଯାଗ େହବ। କାର୍ଯ୍ୟକ୍ରମ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିେଲ, ଆମର ଲକ୍ଷ୍ୟ ହେଉଛି ଗାଁ ଓ କୃଷକର ଉନ୍ନତି। ଏହି ନୂଆ ଯୋଜନାରେ ଚାଷୀମାନଙ୍କୁ ୫ ହଜାର ସୋଲାର ପମ୍ପ ଯୋଗାଇ ଦିଆଯିବ। ସୌର ଜଳନିଧି ଯୋଜନା ଦ୍ବାରା ଚାଷୀମାନଙ୍କର ଖର୍ଚ କମିବ। ସେମାନଙ୍କ ଜମିକୁ ଅଧିକ ପାଣି ମିଳିବ, ଅଧିକ ଫସଲ ହେବ ଓ ରୋଜଗାର ମଧ୍ୟ ବଢ଼ିବ। ସରକାରଙ୍କ ପକ୍ଷରୁ କୁହାଯାଇଛି, ସମସ୍ତ ୩୦ଟି ଜିଲ୍ଲାରେ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିେଲ େହଁ, ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ ଶକ୍ତି ଅଭାବ ପରିଲକ୍ଷିତ ହେଉଥିବା ଅଞ୍ଚଳରେ ଏହା କାର୍ଯ୍ୟକାରୀ କରାଯିବ। କୃଷକ ପରିଚୟ ସଂଖ୍ୟା ଥିବା ହିତାଧିକାରୀ ହିଁ ଏଥିପାଇଁ ଆବେଦନ କରି ପାରିବେ। ସର୍ବନିମ୍ନ ଅଧା ଏକର ଚାଷ ଜମି ଏବଂ ଏକ େସଚ କୂପ ଥିବା ବିଧେୟ। ଏହି ଯୋଜନାରେ କୃଷକମାନେ ଖରିଫ ଓ ରବି ଋତୁରେ ପନି ପରିବା ଚାଷ କରିପାରିବେ। ଚାଷୀମାନଙ୍କୁ ୫୪ ହଜାର ଟଙ୍କାର ରିହାତି ଯୋଗାଇ ଦିଆଯାଉଛି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲ୍ଲାର ୪ ଜଣ ହିତାଧିକାରୀ କୃଷକଙ୍କ ସେଚକୂପରେ ସୌରପମ୍ପ ସ୍ଥାପନ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ଉତ୍ସବରେ ୩୦ଟି ଜିଲ୍ଲାର ଆନୁମାନିକ ଏକ ହଜାର ଚାଷୀ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ଥିଲେ।
ସୌର ଜଳନିଧିର ଲୋକାର୍ପଣ
୫ ହଜାର କୃଷକ ପରିବାର ପାଇଁ ରୋଜଗାର ସୁଯୋଗ, ୨୭.୧୮ େକାଟି ବିନିେଯାଗ ହେବ, ୨୫୦୦ ଏକର ଜମି ଜଳସେଚନ ଲକ୍ଷ୍ୟ
/sambad/media/post_attachments/wp-content/uploads/2018/10/pr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)