ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ, ୪୮ ଘଣ୍ଟାରେ ସବୁ ଜିଲ୍ଲାରେ ପହଞ୍ଚିବ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସ୍ପଷ୍ଟ କରାଯ଼ାଇଛି।

ଆଇଏମଡି ପକ୍ଷରୁ ଜାରି ବୁଲେଟିନରେ କୁହାଯ଼ାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ଅଂଶକୁ ସ୍ପର୍ଶ କରିଛି ।

ମୌସୁମୀ ଏବେ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ, ବରଗଡ଼, ବଲାଙ୍ଗୀର, ସୋନପୁର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀର କିଛି ଅଂଶକୁ ଛୁଇଁଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ତଥା ଝାରଖଣ୍ଡ, ବିହାରର କିଛି ଅଂଶକୁ ଛୁଇଁବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।

ସେପଟେ ବଙ୍ଗୋପସାଗରରେ ଆସନ୍ତା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମଗ୍ର ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯ଼ାଇଛି ।

ସମ୍ବନ୍ଧିତ ଖବର