ଭୁବନେଶ୍ବର : ଚୌଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଜେଡି ବିଧାୟକ ସୌଭିକ ବିଶ୍ବାଳ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଆଜି ରାତି ପ୍ରାୟ ୧୧ଟା ବେଳେ ସୌଭିକ ଓ ତାଙ୍କ ବନ୍ଧୁ ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକ ନିକଟ ପୁରୀ କେନାଲ ପୂର୍ବରୁ ପଛରୁ ଏକ କାର୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଧକ୍କାରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତା ଜାମ୍ ହୋଇଯାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଥାନାକୁ ଆଣିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା।
କାର୍ ଧକ୍କାରେ ସୌଭିକ ବିଶ୍ବାଳ ଆହତ
/sambad/media/post_attachments/wp-content/uploads/2019/05/souvik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)