ଏସ୍‌ପି, ବିଡିଓଙ୍କୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର : ଗତକାଲି ଦୁଇଟି ଘଟଣାରେ ମାନବିକତାର ପରିଚୟ ଦେଇଥିବା ବରଗଡ଼ ଏସ୍‌ପି ମୁକେଶ ଭାମୁ ଏବଂ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲର ବିଡିଓ ତରଣୀ ସୁନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ‘ସରକାରୀ ବାବୁଙ୍କ ମାନବିକତା’ ଶୀଷର୍କରେ ଆଜି ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ଉଭୟ ଟ୍ବିଟ୍‌ରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏସ୍‌ପି ଶ୍ରୀ ଭାମୁ ଦୁର୍ଘଟଣାଗ୍ରସ୍ତ ୨ ଜଣ ବାଇକ୍‌ ଆରୋହୀଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ପଠାଇ ନିଜେ ଲିଫ୍ଟ ମାଗି ଅଫିସ୍‌ରେ ପହଞ୍ଚିଥିଲେ। ସେହିଭଳି, ବିଡିଓ ଶ୍ରୀ ସୁନା ଜଣେ ମୃତ ଅସହାୟ ଲୋକଙ୍କୁ କାନ୍ଧ ଦେଇ ତାଙ୍କର ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର