କଲ୍ୟାଣସିଂହପୁର: ନକ୍ସଲଙ୍କ ସହିଦ ସପ୍ତାହ ସମୟରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ନକ୍ସଲ ପ୍ରବଣ ନିୟମଗିରି ଅଞ୍ଚଳକୁ ଯାଇ ସେଠାକାର ପରିସ୍ଥିତି ସଂପର୍କରେ ଅବଗତ ହୋଇଥିଲେ। ସେଠାରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନଙ୍କ ଜୀବନଯାପନ ଶୈଳୀ ଓ ସମସ୍ୟା ନେଇ ଅବଗତ ହୋଇଥିଲେ। ଉଭୟ ଜିଲ୍ଲାପାଳ ଓ ଏସ୍‌ପି ଦୁର୍ଗମ ଲାଖପଦର୍ ଅଞ୍ଚଳକୁ ଯାଇଥିଲେ। ଡଙ୍ଗରିଆଙ୍କ ସ୍ବାସ୍ଥ୍ୟ,ଶିକ୍ଷା ଓ ଗମନାଗମନ ଏବଂ ଜୀବନଶୈଳୀ ସଂପକରେ ପଚାରି ବୁଝିଥିଲେ।

Advertisment

publive-image

ଜିଲ୍ଲାପାଳ ନିୟମଗିରିର ଲାଖପଦରକୁ ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ଅଢ଼େଇ ଘଣ୍ଟା  ରହିଥିଲେ। ଲାଖପଦର ଗ୍ରାମରେ ଉଭୟ ଆରକ୍ଷୀ ଓ ଜିଲ୍ଲାପାଳ, ନିୟମଗିରି ସୁରକ୍ଷା ସମିତିର ସଭାପତି ଓ ଯୁବ ସଭାପତି ସଂବୁର ହୁଇକା, ଡଙ୍ଗରିଆ ଯୁବ ନେତା ଡ୍ରିଞ୍ଜୁ ସହ ଗ୍ରାମବାସୀମାନଙ୍କ ନିକଟରେ ବସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଆଲୋଚନା କରିଥିଲେ। ସେହିଭଳି ଡଙ୍ଗରିଆ ଛୁଆକୁ ଏସ୍‌ପି କୋଳରେ  ବସେଇ ସ୍ନେହ ଦେଇଥିଲେ । ଜିଲ୍ଲାପାଳ ଡଙ୍ଗରିଆଙ୍କ ଜୀବନଶୈଳୀ ସଂପକରେ ଅବଗତ ହେବା ସହ ସେମାନଙ୍କ ଘରେ ପ୍ରସ୍ତୁତ ମାଣ୍ଡିଆ ଜାଉ ପିଇଥିଲେ। ଉଭୟ ଅଧିକାରୀ ଡଙ୍ଗରିଆଙ୍କ ଘରେ ବସି ମହିଳାମାନଙ୍କ ସହ ମିଶି ସେମାନଙ୍କର ଦୈନନ୍ଦିନ ଜୀବନ ବିଷୟରେ ଆଲୋଚନା କରିଥିଲେ। ରବିବାର ହୋଇଥିବାରୁ ଅନ୍ୟ କୌଣସି ଅଧିକାରୀ ପ୍ରାୟ ଏହି ଗସ୍ତ ସଂପର୍କରେ ସୂଚନା ପାଇନଥିଲେ।