ନବରଙ୍ଗପୁର: ଅନାଥ ଶିଶୁଙ୍କ ଗହଣରେ ମନ ଭରି ନାଚିଲେ, ଗାଇଲେ ଓ ନଚାଇଲେ ନବରଙ୍ଗପୁର ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ମହିଳା ଏସପି ଏସ.ସୁଶ୍ରୀ। ଏସପି ଏସ.ସୁଶ୍ରୀ ଆଜି ନବରଙ୍ଗପୁର ସହର ଉପକଣ୍ଠରେ ଥିବା ମାଝୀଗୁଡାସ୍ଥିତ ଦୀନଦୟାଲ କନ୍ୟାଶ୍ରମକୁ ଯାଇଥିଲେ। କନ୍ୟା ଆଶ୍ରମରେ ଅନାଥ ଶିଶୁଙ୍କୁ ମିଷ୍ଟାନ ଓ ଫଳ ବାଣ୍ଟିବା ସହ ପିଲାଙ୍କ ସହ ମନ ଭରି ମିଶି ନାଚିଲେ ଓ ଗୀତ ଗାଇଲେ। ପିଲାଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ ପିଲାଙ୍କ ଭବିଷ୍ୟତରେ କଣ ପାଠ ପଢ଼ି ପାରିବେ ସେ ନେଇ ନିଜେ ଆଲୋଚନା କରିଥିଲେ। ଏପରି ନିଜ ଗହଣ ରେ ଖୋଦ ଏସପି ଗୀତ ଗାଇବା ଓ ନାଚବା ଦେଖି ଅନାଥ ଶିଶୁ ମାନେ ଖୁସିରେ ବିଭୋର ହୋଇପଡିଥିଲେ। ଏସପିଙ୍କ ସହ ଜିଲ୍ଲାପାଳ ଡଃ.କୋମଳ ଲୋଚନ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଓ ଦୀନ ଦୟାଲ କନ୍ୟାଶ୍ରମର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ଅନାଥ ଶିଶୁଙ୍କ ଗହଣରେ ନାଚିଲେ, ନଚାଇଲେ ନବରଂଗପୁର ଏସ୍ପି
/sambad/media/post_attachments/wp-content/uploads/2022/05/42b8360b-f122-4d22-b51d-3442b6c0ee87.jpg)