ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ନେଇ ଆଜି ବିଧାନସଭାରେ ବିଜେପି ବିଧାୟକମାନେ ହୋ ହଲ୍ଲା କରିଛନ୍ତି। ବିଧାନସଭା ଆରମ୍ଭରୁ ବିଜେପି ବିଧାୟକମମାନେ ଏହି ପ୍ରସଙ୍ଗରେ ହୋ ହଲ୍ଲା କରି ଅଭିଯୋଗ କରିଥିଲେ ଯେ ପୁଲିସ ଏବେ ବିଜେଡ଼ି ଦଳର ଏଜେଣ୍ଟ ପରି କାର୍ଯ୍ୟ କରୁଛି। ବିଜେପି ସଦସ୍ୟଙ୍କ ହୋ ହଲ୍ଲା ଯୋଗୁଁ ବାଚସ୍ପତି ପ୍ରଦୀପ ଅମାତ ତିନିଥର ଗୃହକୁ ମୁଲତବି ରଖିଥିଲେ। ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ, ଦ୍ୱିତୀୟରେ ଅପରାହ୍ଣ ୧୨ଟା ୧୦ ମିନିଟ ଯାଏ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି। ୧୨ଟା ୧୦ ମିନିଟ ପରେ ଗୃହ ଆରମ୍ଭ ହେବା କ୍ଷଣି ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ହୋହଲ୍ଲା କରିବାରୁ ବିଚସ୍ପତି ଶ୍ରୀ ଅମାତ ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବି ରଖିଛନ୍ତି।
ବିଜେପି ସଦସ୍ୟଙ୍କ ହୋହଲ୍ଲା: ବିଧାନସଭା ଅପରାହ୍ଣ ୩ଟା ଯାଏ ମୁଲତବି
/sambad/media/post_attachments/wp-content/uploads/2018/03/bbsr-4-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)