ଭୁବନେଶ୍ବର : ପାଞ୍ଚ ଦିନର ଅଚଳାବସ୍ଥା ପରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ଗୃହ ପରିଚାଳନାରେ ସବୁ ଦଳଙ୍କ ସହଯୋଗ ପାଇଁ ବାଚସ୍ପତି ଏହି ବୈଠକ ଡାକିଥିବା ଜଣାଯାଇଛି ।

Advertisment

ମମିତା ହତ୍ୟା ଘଟଣାରେ ବିରୋଧ ଦଳମାନେ ବିଧାନସଭାକୁ ଏକରକମ ଅଚଳ କରିଦେଇଛନ୍ତି । ଏହି କାରଣରୁ ଗତ ୫ ଦିନ ହେଲା ବିଧାନସଭା ସ୍ବାଭାବିକ ଭାବେ ଚାଲିପାରୁନାହିଁ । ଆଜି ଅପରାହ୍ଣ ଅଧିବେଶନରେ ଆରମ୍ଭରୁ ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଏହା ପରେ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ମୁଲତବି ରଖିବା ସହ ସର୍ବ ଦଳୀୟ ବୈଠକ ଡାକିଛନ୍ତି ।