ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନରେ ନୂଆ ବାଚସ୍ପତି ଅଧ୍ୟକ୍ଷତା କରିବେ। ଅଧିବେଶନ ଆରମ୍ଭ ହେବାର ପୂର୍ବ ଦିନ ଅର୍ଥାତ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ। ଏ ସମ୍ପର୍କରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ମେ’ ୧୨ ତାରିଖରେ ତତ୍କାଳୀନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ତାଙ୍କ ଇସ୍ତଫା ପର ଠାରୁ ବାଚସ୍ପତି ପଦ ଖାଲି ପଡ଼ିଥିଲା। ନୂଆ ବାଚସ୍ପତି ନିର୍ବାଚିତ ହେଲେ ଚଳିତ ବିଧାନସଭାରେ ସେ ହେବେ ତୃତୀୟ ବାଚସ୍ପତି। ୨୦୧୯ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ଦାୟିତ୍ବ ନେଇଥିଲେ। ୨୦୨୨ ଜୁନ୍‌ରେ ସେ ଇସ୍ତଫା ଦେଲା ପରେ ଶ୍ରୀ ଆରୁଖ ବାଚସ୍ପତି ହୋଇଥିଲେ।