ବାଚସ୍ପତିଙ୍କ ରୁଲିଂକୁ ଖାତିର କଲେନି ଅଫିସର୍, ଅଫିସର୍ ଗ୍ୟାଲେରି ପୁଣି ଖାଲି ପଡ଼ିଲା

ଭୁବନେଶ୍ବର : ଗତକାଲି ଅପରାହ୍ନରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା ବେଳେ ଅଫିସର୍ ଗ୍ୟାଲେରି ଖାଲି ପଡ଼ିଥିଲା। ସେଠାରେ ଅଫିସର୍‌ମାନେ ଉପସ୍ଥିତ ନ ଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ନେଇ କ୍ଷୋଭ ପ୍ରକାଶ କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଫିସର୍‌ମାନେ ଗ୍ୟାଲେରିରେ ଉପସ୍ଥିତ ରହିବା ପାଇଁ ମନ୍ତ୍ରୀମାନେ ନିର୍ଦ୍ଦେଶ ‌େଦବାକୁ ବାଚସ୍ପତି ରୁଲିଂ ଦେଇଥିଲେ। କିନ୍ତୁ ତାହାର କୌଣସି ପ୍ରଭାବ ଅଫିସର୍‌ଙ୍କ ଉପରେ ପଡ଼ିଲା ନାହିଁ। ଆଜି ପ୍ରଶ୍ନକାଳ ପରେ ପୁଣି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଆଲୋଚନା କରୁଥିଲା ବେଳେ ଅଫିସର୍‌ ଗ୍ୟାଲେରି ପୁଣି ଖାଲି ଥିଲା। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଏହାର ପ୍ରତିବାଦ କରିଥିଲେ। ଗତକାଲି ବାଚସ୍ପତି ରୁଲିଂ ଦେଇଥିଲେ ମଧ୍ୟ ଅଫିସର୍‌ମାନେ କାହିଁକି ଆଜି ଅନୁପସ୍ଥିତ ରହିଲେ ବୋଲି ସେ ପ୍ରଶ୍ନ କରିଥିଲେ। ସେମାନଙ୍କୁ ତୁରନ୍ତ ଡକାଯିବାକୁ ସେ ଦାବି କରିଥିଲେ। ବାଚସ୍ପତି ମଧ୍ୟ ଏ ନେଇ ଅସନ୍ତୋଷ ପ୍ରକା‌ଶ କରିଥିଲେ। ମନ୍ତ୍ରୀମାନେ ନିଜ ନିଜ ବିଭାଗର ଅଫିସର୍‌ମାନଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ବାଚସ୍ପତି ପୁଣି ରୁଲିଂ ଦେଇଥିଲେ।

ସମ୍ବନ୍ଧିତ ଖବର