ଭୁବନେଶ୍ବର: ଆଜି ବିଧାନସଭାରେ ବଲାଙ୍ଗୀରରେ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଉଠାଇ ଉତ୍ତର ଲୋଡିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । ଗୃହରେ ନରସିଂହ ମିଶ୍ର କହିଛନ୍ତି ଯେ, ଏନେଇ ପୁଲିସ ଡିଜିଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ । ନରସିଂହ ମିଶ୍ରଙ୍କ ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ସେ ଏନସିଆରବି ପକ୍ଷରୁ ପ୍ରଦତ୍ତ ରିପୋର୍ଟ ପ୍ରସଙ୍ଗ ଉଠାଇ ଏହା ଓଡ଼ିଶା ପାଇଁ ଲଜ୍ଜା ବୋଲି କହିଛନ୍ତି।
ଏଣେ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ରାଜ୍ୟରେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି।
ବଲାଙ୍ଗୀରରେ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ଘଟଣାର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ ବାଚସ୍ପତି
/sambad/media/post_attachments/wp-content/uploads/2020/10/odisha-assembly-odishaassembly.nic_.in_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)