ଲୁଟ୍, ଛିନତାଇ ରୋକିବ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ ‘ସ୍ପେଶାଲ-୨୬’

ଭୁବନେଶ୍ବର : ରାଜଧାନୀରେ ଲୁଟ ଓ ଛିନତାଇ ମାମଲା ବଢିଚାଲିଥିବାରୁ ତାହା କମିସନରେଟ୍ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ଏସବୁ ଘଟଣାକୁ ନେଇ ଜନ ଅସନ୍ତୋଷ ବଢୁଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ସ୍ବତନ୍ତ୍ର ଟିମର ନାମ ରଖାଯାଇଛି ‘ସ୍ପେଶାଲ-୨୬’।

ସଡ଼କ ଅପରାଧଗୁଡ଼ିକର ତଦନ୍ତ ପାଇଁ ଏହି ଟିମ ସ୍ବତନ୍ତ୍ର ଭାବେ କାମ କରିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଛିନତାଇ ପାଇଁ ପ୍ରତ୍ୟେକ ଥାନାରେ ଜଣେ ସ୍ବତନ୍ତ୍ର ଅଧିକାରୀ ରହିବେ ଓ ତାଙ୍କ ଅଧିନରେ ୪ କନଷ୍ଟେବଳ ରହିବେ । ସଡ଼କରେ ହେଉଥିବା ବିଭିନ୍ନ ଅପରାଧ ଯେପରିକି ଲୁଟ,ଛିନତାଇ, ଡକାୟତି ଆଦି ଉପରେ ଏହି ଟିମର ନଜର ରହିବ ।

ରାଜଧାନୀ ରାସ୍ତାରେ କିଛି ପ୍ରମୁଖ ଅପରାଧ

୨୬ ଜୁନ୍ ୨୦୧୯: କାରଗିଲ ରୋଡରେ ମହିଳା ଓ ସହଯୋଗୀଙ୍କୁ ଆକ୍ରମଣ କରି ଚେନ୍, ଟଙ୍କା ଲୁଟ୍।
୩୧ ଜୁଲାଇ ୨୦୧୯: ରସୁଲଗଡ଼ରେ ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍।

୧୪ ଜାନୁଆରି ୨୦୨୦: ଗାଡ଼ି ପାର୍କିଂକୁ କେନ୍ଦ୍ରକରି ଲକ୍ଷ୍ମୀସାଗରରେ ପରବିନ୍ଦର ସିଂ ପାଲଙ୍କୁ ମରଣାନ୍ତକ ଆକ୍ରମଣ।
୫ ମେ ୨୦୨୦: ଛାତ୍ର ଅନନ୍ତ ମହାନ୍ତିଙ୍କୁ ନୟାପଲ୍ଲୀରେ ମରଣାନ୍ତକ ଆକ୍ରମଣ।
୫ ମେ ୨୦୨୦: କଟକରୋଡରେ ଜଣେ ହାଇଵା ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ।
୨୧ ଜୁଲାଇ ୨୦୨୦: ବାପୁଜୀନଗରରେ ଯୁବକଙ୍କୁ ରାସ୍ତାରେ ହାଣିଥିଲେ ଦୁର୍ବୃତ୍ତ।
୪ ଅକ୍ଟୋବର ୨୦୨୦: ସାମନ୍ତରାପୁର ଛକରେ ମିଠା ବ୍ୟବସାୟୀ ଜମ୍ବୁ ସାହୁଙ୍କୁ ଗୋଡ଼ାଇ ଗୋଡ଼ାଇ ବୀଭତ୍ସ ହତ୍ୟା।
୧୮ ଅକ୍ଟୋବର ୨୦୨୦: ଜାଗମରାରେ ଶୁଭମ୍ ସ୍ବାଇଁଙ୍କୁ ହାଣି ସୁନାଚେନ୍, ଟଙ୍କା, ମୋବାଇଲ ଫୋନ୍ ଲୁଟ୍।
୨୮ ଅକ୍ଟୋବର ୨୦୨୦: ଶୈଳଶ୍ରୀ ବିହାରରେ ଇଞ୍ଜିନିୟର ସତ୍ୟନାରାୟଣ ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ।

୨୩ ଫେବ୍ରୁଆରି ୨୦୨୧: ନୀଳାଦ୍ରିବିହାର ପ୍ରାଚୀ ଏନକ୍ଲେଭରେ ଫୁଲ ତୋଳୁଥିବା ବେଳେ ଶକୁନ୍ତଳାଙ୍କୁ ହାଣି ଚେନ୍ ଲୁଟ୍।
୭ ମାର୍ଚ୍ଚ, ୨୦୨୧: ନୟାପଲ୍ଲୀ ଭିଆଇପି ଛକ ରାସ୍ତାରେ ଯୁବକକୁ ଗାଡ଼ି ଭିତରେ ହତ୍ୟା। ଦୁଇ ହତ୍ୟାକାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ପ୍ରାଣାନ୍ତକ ଆକ୍ରମଣ।

ସମ୍ବନ୍ଧିତ ଖବର