ପୁରୀ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଘରଭଙ୍ଗା ସହାୟତା : ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ୧୦ହଜାର, ଆଂଶିକ ଘରଭଙ୍ଗା ସହୟତା ୩ ହଜାର

ଭୁବନେଶ୍ବର : ‘ଫନି’ ବାତ୍ୟାରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଘରଭଙ୍ଗା ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ସ୍ବତନ୍ତ୍ର ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏ ବାବଦରେ ୭ କୋଟି ୫୮ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ୭ ହଜାର ୪୦୦ ପରିବାର ପାଇଁ ଘର ପିଛା ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହାସହିତ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ୬୦୦ ପରିବାର ପାଇଁ ଘର ପିଛା ୩ ହଜାର ଟଙ୍କା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର