ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି : ଭାଷଣ, ଚିଠିରେ ୪୦ ବର୍ଷ

ଯେଉଁଠି ଥିଲା ସେଇଠି, ଫେଲ୍ ମାରିଲେଣି ୬ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କର ଖାତିର ନାହିଁ, ଦମ୍ ‌ଦେଖାଇସାରିଲାଣି ‌ତେଲେଙ୍ଗାନା

ଭୁବନେଶ୍ବର : ସେଦିନ ଥିଲା ୧୯୭୯ ମସିହା ଫେବ୍ରୁଆରି ୨୪ ତାରିଖ। ଜାତୀୟ ଉନ୍ନୟନ ପରିଷଦ ବୈଠକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଲାଗି ଦାବି କରିଥିଲେ। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ସପ୍ତମ ଅର୍ଥ କମିସନଙ୍କ ନିକଟରେ ସ୍ମାରକ ପତ୍ର ଜରିଆରେ ଦାବି ଉପସ୍ଥାପନ କରାଯାଇଥିଲା।

୧୯୯୧ ମସିହା ମାର୍ଚ୍ଚ ୫ ତାରିଖ। ଦଶମ ବିଧାନସଭାର ଚତୁର୍ଥ ଅଧିବେଶନରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଲାଗି ବିଧାନସଭା ସର୍ବସମ୍ମତ ପ୍ରସ୍ତାବ ପାରିତ କରିଥିଲା। ଏହାକୁ େକନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ପରବର୍ତୀ ସମୟରେ ୧୯୯୭ ମସିହା ଡିସେମ୍ବର ୧୮ ତାରିଖ ଓ ୨୦୧୩ ମସିହା ଏପ୍ରିଲ ୪ ତାରିରେ ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ସର୍ବସମ୍ମତ ଭାବେ ପାରିତ େହାଇଛି ଓ େକନ୍ଦ୍ର ସରକାରଙ୍କୁ ଗୃହର ମତ ଜଣାଇ ଦିଆଯାଇଛି।

କେବଳ ଥରେ ଯେ କେନ୍ଦ୍ର ନିକଟରେ ଓଡ଼ିଶା ଏହି ଦାବି ରଖିଛି ବା ତିନି ତିନି ଥର ସବୁ ବିଧାୟକ ଗୋଟିଏ ସ୍ବରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବି ଉପସ୍ଥାପନ କରିଛନ୍ତି ତା ନୁହେଁ, ଗତ ୪୦ ବର୍ଷ ମଧ୍ୟରେ ପାଖାପାଖି ୨୭ ଥର ବିଭିନ୍ନ ସରକାର ଭିନ୍ନ ଭିନ୍ନ ଢଙ୍ଗରେ କେନ୍ଦ୍ରକୁ ଓଡ଼ିଶାର ଏ ଦାବି ସଂପର୍କରେ ଜଣାଇଛନ୍ତି। ବେସରକାରୀ ଭାବେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ବାରମ୍ବାର ଉଠିଛି। ବିଭିନ୍ନ ସମାବେଶ, ବିେକ୍ଷାଭ ‌ହୋଇଛି, ଦିଲ୍ଲୀରେ ବି। ଏହି ସମୟ ଭିତରେ ୬ ଜଣ ମୁଖ୍ୟମନ୍ତ୍ରୀ ଶାସନ କଲେଣି। କିନ୍ତୁ କାହାରିକୁ ସଫଳତାର ସ୍ବାଦ ମିଳି ପାରିନାହିଁ।

କେନ୍ଦ୍ରରେ କେଂଗ୍ରସ ସରକାର କ୍ଷମତାରେ ଥିବା ବେଳେ ଏ ଦାବି ପୂରଣ େନଇ ଆଗ୍ରହ ଦେଖାଇନାହାନ୍ତି। ଅନ୍ୟ ଅଣକେଂଗ୍ରସ ସରକାର ମଧ୍ୟ ଓଡ଼ିଶାର ଏ ପ୍ରସଙ୍ଗ ଉପରେ ଆଦୌ ତତ୍ପରତା େଦଖାଇନାହାନ୍ତି। ଏନଡିଏ-୧ରେ ଅର୍ଥାତ୍ ଅଟଳ ବିହାର ବାଜପେୟୀଙ୍କ ସରକାର ସମୟରେ ବିେଜଡି େକନ୍ଦ୍ରରେ ଅଂଶୀଦାର ଥିଲା ଓ ରାଜ୍ୟରେ ବିେଜଡି-ବିଜେପି ଭାଗୁଆଳୀ ଶାସନରେ ଥିଲେ। ସେତେବେଳେ ନିର୍ବାଚନୀ ଇସ୍ତାହାରରେ ଏ ପ୍ରସଙ୍ଗକୁ ସ୍ଥାନ ମିଳିଥିଲା।

ସରକାରୀ ତଥ୍ୟକୁ ବିଶ୍ବାସ କରାଗଲେ, ୨୦୦୧ େମ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଏକଥା ଜଣାଇଥିଲେ। ସେହିବର୍ଷ ସେପ୍ଟେମ୍ବର ପହିଲାରେ ଅନୁଷ୍ଠିତ େହାଇଥିବା ଜାତୀୟ ଉନ୍ନୟନ ପରିଷଦ ବୈଠକର ପ୍ରମୁଖ ଦାବି ଭାବେ ଏହା ସ୍ଥାନ ପାଇଥିଲା। ୨୦୦୨ ଡିେସମ୍ବର ୨୧ ତାରିଖ ବୈଠକରେ ଏକଥା େଦାହରାଇଥିଲା ଓଡ଼ିଶା। ୨୦୦୩-୦୪ ଆର୍ଥିକ ବର୍ଷ ଲାଗି ରାଜ୍ୟ େଯାଜନାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପୂର୍ବରୁ େଯାଜନା କମିସନ ଉପାଧ୍ୟକ୍ଷଙ୍କ ନିକଟରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦାବି ରଖାଯାଇଥିଲା। ହେଲେ େକନ୍ଦ୍ର ସରକାରଙ୍କ ମନରେ ଏହି ଦାବିକୁ ପ୍ରଭାବୀ ଢଙ୍ଗରେ ରଖିବାରେ ସମ୍ଭବତଃ ରାଜ୍ୟ ସରକାର ବିଫଳ େହାଇଥିଲେ ଅଥବା ଓଡ଼ିଶା ପ୍ରତି ଏନଡିଏ ସରକାରଙ୍କ ନିର୍ଦୟ ଆଭିମୁଖ୍ୟର ଏହାକୁ ଏକ ଉଦାହରଣ ଭାବେ ନିଆଯାଇପାେର।

୧୯୭୯ ମସିହାରୁ ଉଠିଥିବା ଏହି ପ୍ରସଙ୍ଗଟିକୁ େଶଷ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଅର୍ଥାତ ଚଳିତବର୍ଷ ଜାନୁଆରି ୧୮ ତାରିଖରେ ଉଠାଇଥିଲେ। େଖାଦ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏକଥା ଦର୍ଶାଇଥିଲେ େଯ ଓଡ଼ିଶାରେ ଏକ ବଡ଼ ଭାଗ େଲାକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। କେବଳ ସେତିକି ନୁହେଁ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ବିକାଶ ରାସ୍ତାରେ ପାଚେରି ଭଳି ଠିଆ େହଉଛି। ଏଥିପାଇଁ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମାଗୁଛି, ଯାହା ମାଧ୍ୟମରେ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ରୂପ ଦିଆଯାଇପାରିବ ଏବଂ ଯୁବକଙ୍କ ହାତକୁ ଚାକିରି ଆସିବ।

କୌତୂହଳର କଥା ହେଲା ଯେ ଚିଠି ଦିଆନିଆ, େକନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ, ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରୁ େଦଶର ରାଜଧାନୀ ନୂଆଦିଲ୍ଲୀ ଯାଏ ଆେନ୍ଦାଳନ ଓ ବିଧାନସଭା ଭିତରେ କିମ୍ବା ବାହାରେ େହାଇଥିବା ବିେକ୍ଷାଭ ଆଦି ପାଣିେଫାଟକା ଭଳି ମିଳାଇଯାଇଛି। ଓଡ଼ିଶାର ଦାବି ଏତେ କ୍ଷୀଣ ଓ ବିଭାଜିତ େଯ େଗାଟିଏ ପ୍ରସଙ୍ଗ ହାସଲ ହେବା ପାଇଁ ୪୦ ବର୍ଷ ବିତିଗଲାଣି। ତଥାପି ସଫଳତାଠାରୁ ବହୁ ଦୂରରେ ରହିଛି। ଅଥଚ ପ଼ଡୋଶୀ ତେଲେଙ୍ଗାନାର େନତାମାେନ ଓଡିଶା ତୁଳନାରେ ସଂଖ୍ୟାରେ ଦୁର୍ବଳ। କିନ୍ତୁ େକନ୍ଦ୍ର ଠାରୁ େଜାରଜବରଦସ୍ତ ନିଜ ପାଇଁ ସ୍ବତନ୍ତ୍ର ରାଜ୍ୟ ହାସଲ କରିବାରେ ସକ୍ଷମ ହେେଲ।

ପ୍ରକାଶଥାଉକି, ଆଜି ବିଧାନସଭାରେ ଶାସକ ବିେଜଡି ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଛି ଓ ଠିକ୍ ଆଜି ବି କେଂଗ୍ରସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଏକ ପ୍ରଶ୍ନର ଉତ୍ତରରେ ଓଡ଼ିଶାର ଏହି ଦାବି ପ୍ରତି କିଭଳି ଅବହେଳା କରାଯାଇଛି, େଖାଦ୍ େଯାଜନା ଓ ସେଂଯାଜନ ମନ୍ତ୍ରୀ ତାର ଲମ୍ବା ଇତିହାସ ବର୍ଣ୍ଣନା କରିଛନ୍ତି।

ପର୍ଯ୍ୟବେକ୍ଷକ ମହଲର କହିବା କଥା େହଉଛି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ବାରମ୍ବାର ଗସ୍ତ କରି ଓଡ଼ିଶାର ବିକାଶ ପାଇଁ ସୁେନଲି ସ୍ବପ୍ନ େଦଖାଉଛନ୍ତି। କେଂଗ୍ରସ ମୁଖିଆ ରାହୁଲ ଗାନ୍ଧୀ ଓଡ଼ିଶାର ସ୍ବାର୍ଥ ପାଇଁ ଗର୍ଜନ ତର୍ଜନ କରୁଛନ୍ତି। ଉଭୟ ଏୟା େଦବୁ, ସେୟା ଦେବୁ େବାଲି େଲାକଙ୍କ ଭିତରେ ଆଶା ସୃଷ୍ଟି କରିବାରେ ଲାଗିଛନ୍ତି। କିନ୍ତୁ ସେମାନଙ୍କ ଏଜେଣ୍ଡାରେ ଏହି ପ୍ରସଙ୍ଗ ଏଯାଏ ସ୍ଥାନ ପାଇନାହିଁ। ସେହିଭଳି କଂଗ୍ରେସ ଓ ବିେଜପି ଠାରୁ ସମଦୂରତ୍ବରେ ଅଛି େବାଲି କହି ଓଡ଼ିଶାର ବିକାଶର ନକ୍ସା ଆଙ୍କୁଛି ବିେଜଡି। କିନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ଦାବି ଯିଏ ପୂରଣ କରିବ, ତାକୁ ଆସନ୍ତା ଦିନରେ ସମର୍ଥନ ଦେବ େବାଲି ବି କହିବାକୁ ବିେଜଡି ସୁପ୍ରିେମା ନବୀନ ପଟ୍ଟନାୟକ େଘାଷଣା କରିନାହାନ୍ତି। ରାଜନୈତିକ ଛକାପଞ୍ଝା, ବୟାନବାଜି ଭିତରେ ଓଡ଼ିଶା ସ୍ବାର୍ଥ ସହିତ ଜଡିତ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ପଶାପାଲିର େଗାଟି ଭଳି ଖାଲି ଏପଟ ସେପଟ େହଉଛି।

ସମ୍ବନ୍ଧିତ ଖବର