ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ଖୁସିର କଥା। ପ୍ରକୃତିକୁ ଭଲ ପାଇବା ହେଉଛି ଜନଜାତିର ସଂସ୍କୃତି। ଜନଜାତିଙ୍କ ପରିଚୟର ସୁରକ୍ଷା ଆମର ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ରାଜ୍ୟର ୯ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ସ୍ଥାନୀୟ ଉତ୍କଳ ମଣ୍ଡପରୁ ହୋଇଛି। ଏହି ପରିଷଦ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ରହିବ। ପରିଷଦର ଅଧ୍ୟକ୍ଷଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ମିଳିବ। ଏହି ଯୋଜନାରେ ୯ଟି ଜିଲ୍ଲାର ପ୍ରତି ବ୍ଲକକୁ ବାର୍ଷିକ ଦେଢ଼ କୋଟି ଟଙ୍କା ମିଳିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ୧୧୭ ଟି ବ୍ଲକର ଜନଜାତି ଲୋକଙ୍କୁ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦରୁ ଲାଭ ହେବ।

ସମ୍ବନ୍ଧିତ ଖବର