ଖୋଲିବ ସ୍ୱତନ୍ତ୍ର ସହାୟତା କେନ୍ଦ୍ର

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଲାଗି ଗଣଶିକ୍ଷା ବିଭାଗର ପଦକ୍ଷେପ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେକା) ପକ୍ଷରୁ ଭୁବନେଶ୍ୱରସ୍ଥିତ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସମ୍ବଳ ସହାୟତା କେନ୍ଦ୍ର ଖୋଲିବ। ଏଥିରେ ଫିଜିଓଥେରାପି, ଅକୁପେସନାଲ ଥେରାପି, ସ୍ପିଚ୍‌ ଥେରାପି, ବ୍ରେଲି ତାଲିମ, ସ୍ୱଳ୍ପଦୃଷ୍ଟି, ମାନସିକ ଅନଗ୍ରସର ଶିକ୍ଷାର୍ଥୀଙ୍କ ପାଇଁ ପରୀକ୍ଷଣ ଓ ବୈଷୟିକ ପରାମର୍ଶ ଦିଆଯିବ। ଏହାର ପରିଚାଳନା ଦାୟିତ୍ୱରେ ଓପେପା ରହିବ। ଏଥିସହ ଓଲଟପୁର ନିରତାର, ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ସଂସ୍ଥା, ଜାତୀୟ ସ୍ୱାସ୍ଥ୍ୟ ମିସନ, ଏନ୍‌ଆଇଇପିଏମ୍‌ଡି, ଡିଡିଆରସି ଓ ସ୍ୱେଚ୍ଛାସେବୀ ସଙ୍ଗଠନଙ୍କ ବୈଷୟିକ ସହାୟତାକ୍ରମେ ଏହା କାର୍ଯ୍ୟକ୍ଷମ ହେବ। ଏହି କେନ୍ଦ୍ରରେ ଭିିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ବୈଷୟିକ ଯନ୍ତ୍ରପାତି ଓ ସହାୟତା ଉପକରଣ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର