ଭବାନୀପାଟଣା : ଗୋଆର କରମାଲି ଷ୍ଟେସନରୁ ୧୬୩୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଆଜି ଅପରାହ୍ନ ୩.୪୦ରେ ଭବାନୀପାଟଣା ଷ୍ଟେସନ ରେ ପହଁଚିଥିଲା। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଶ୍ରମିକଙ୍କ ପଞ୍ଜିକରଣ, ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Advertisment

publive-image

ଏହି ଟ୍ରେନରେ ଅନୁଗୁଳ ଜିଲ୍ଲାର ୩ ଜଣ, ବଲାଙ୍ଗୀର ଜିଲ୍ଲାର ୨୫ ଜଣ, ବାଲେଶ୍ଵର ଜିଲ୍ଲାର ୩୩୬ ଜଣ, ବରଗଡ଼ ଜିଲ୍ଲାର ୩ ଜଣ, ଭଦ୍ରକ ଜିଲ୍ଲାର ଜଣେ, ବୌଦ୍ଧ ଜିଲ୍ଲାର ୮ ଜଣ, କଟକ ଜିଲ୍ଲାର ୧୪ ଜଣ, ଦେବଗଡ଼ ର ଜଣେ, ଢେଙ୍କାନାଳ ଜିଲ୍ଲାର ୧୪ ଜଣ, ଗଜପତି ଜିଲ୍ଲାର ୧୬ ଜଣ, ଗଞ୍ଜାମ ଜିଲ୍ଲାର ୩୯ ଜଣ, ଜଗତସିଂହପୁର ଜିଲ୍ଲାର ଜଣେ, ଯାଜପୁର ଜିଲ୍ଲାର ୧୦ ଜଣ, ଝାରସୁଗୁଡା ଜିଲ୍ଲାର ୮ ଜଣ, କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୭୯୨ ଜଣ ,କନ୍ଧମାଳ ଜିଲ୍ଲାର ୪୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାର ୫ ଜଣ, କେନ୍ଦୁଝର ଜିଲ୍ଲାର ଜଣେ, ଖୋର୍ଦ୍ଧା ଜିଲ୍ଲାର ୬ ଜଣ, ମାଲକାନଗିରି ଜିଲ୍ଲାର ୧୨ ଜଣ, ମୟୁରଭଞ୍ଜ ଜିଲ୍ଲାର ୩୨ ଜଣ, ନବରଙ୍ଗପୁର ଜିଲ୍ଲାର ୬୧ ଜଣ, ନୟାଗଡ଼ ଜିଲ୍ଲାର ୨ ଜଣ, ନୂଆପଡା ଜିଲ୍ଲାର ୮୬ ଜଣ, ପୁରୀ ଜିଲ୍ଲାର ୭ ଜଣ, ରାୟଗଡା ଜିଲ୍ଲାର ୧୧ ଜଣ, ସମ୍ବଲପୁର ଜିଲ୍ଲାର ୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାର ୬ ଜଣ, ସୁନ୍ଦରଗଡ ଜିଲ୍ଲାର ୮୭ ଜଣ ସମେତ ୧୬୩୭ ଜଣ ପ୍ରବାସୀ ଏହି ଟ୍ରେନ ଯୋଗେ ଆସିଥିଲେ। ବଲାଙ୍ଗୀର ଠାରେ ପ୍ରାୟ ୩୦୦ ଜଣ ଶ୍ରମିକ ଓହ୍ଲାଇ ଥିଲେ। ସେମାନଙ୍କୁ ବସ ଯୋଗେ ବିଭିନ୍ନ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା।

publive-image

କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗତକାଲି ରାତି ୧୨ଟା ରୁ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା । କିନ୍ତୁ ଟ୍ରେନ ଆସିବା ବିଳମ୍ବ ହେବା ଯୋଗୁଁ ଆଜି ୨୫ ମେ ସନ୍ଧ୍ୟା ୬ ଟାରୁ ଆସନ୍ତା କାଲି ମେ ୨୬ ସକାଳ ୬ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ସମୟସୀମାକୁ ବୃଦ୍ଧି କରାଯାଇଛି । ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଭବାନୀପାଟଣା ରେଳ ଷ୍ଟେସନ ଠାରେ ୨୦ଟି କାଉଣ୍ଟରରେ ୬୦ ରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା।