ଆଜି ବଲାଙ୍ଗୀରରେ ପହଞ୍ଚିବ ୩ଟି ଶ୍ରମିକ ଟ୍ରେନ୍‌

ଭୁବନେଶ୍ବର : ମାହାବାତ୍ୟା ‘ଅମ୍ଫନ’କୁ ଦୃଷ୍ଟିରେ ରଖି ଉପକୂଳ ଓଡ଼ିଶାକୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳକୁ ବାତିଲ୍‌ କରାଯାଇଛି। ତେବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଷ୍ଟେସନରେ ଟ୍ରେନ୍‌ ପହଞ୍ଚୁଛି। ଗତକାଲି ରାଜକୋଟରୁ ବାହାରିଥିବା ଗୋଟିଏ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଭବାନୀପାଟଣାରେ ପହଞ୍ଚିଛି। ଏଥିସହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ୩ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବଲାଙ୍ଗୀର ଅଭିମୁ‌ଖେ ବାହାରିଛି। ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସ୍‌ରୁ ଗୋଟିଏ ଟ୍ରେନ୍‌ ଓ ତେଲେଙ୍ଗାନାର ବୋଲାରମ୍‌ରୁ ବାହାରିଥିବା ଦୁଇଟି ଟ୍ରେନ୍‌ ଆସନ୍ତାକାଲି ବଲାଙ୍ଗୀରରେ ପହଞ୍ଚିବ। ଏହାବ୍ୟତୀତ ଆଉ କୌଣସି ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରି ନ ଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର