ଓଡ଼ିଶା ପ୍ରଫେସର ପ୍ରସ୍ତୁତ କଲେ ସ୍ବତନ୍ତ୍ର ପ୍ରକାରର ମାସ୍କ

ଭୁବନେଶ୍ବର : ଦିଲ୍ଲୀ ବିଶ୍ବବିଦ୍ୟାଳୟର କ୍ଲଷ୍ଟର ଇନୋଭେସନ ସେଣ୍ଟର ତଥା ସେଣ୍ଟର ଫର ହିମାଲୟାନ ଷ୍ଟଡିଜର ନିର୍ଦ୍ଦେଶକ ପ୍ରଫେସର ଦିନବନ୍ଧୁ ସାହୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ପ୍ରକାରର ମାସ୍କର ଡିଜାଇନ କରିଛନ୍ତି । ଏହି ମାସ୍କ ଗୁଡ଼ିକରେ ଆଞ୍ଚଳିକ ଭାଷାରେ କରୋନା ସମ୍ପର୍କିତ ସଚେତନତା, ମାସ୍କ ପିନ୍ଧିବାର ଉପଯୋଗିତା, ଟିକା ନେବାର ଉପକାରିତା ଆଦି ବାର୍ତ୍ତା ରହିଛି । ଏସବୁ ମାସ୍କକୁ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଉନ୍ମୋଚନ କରାଯାଇଛି । ଏହି ଡିଜାଇନକୁ ଅନୁସରଣ କରି ଅନ୍ୟ କେତେକ ସଂସ୍ଥା ମଧ୍ୟ ସମାନ ଧରଣର ମାସ୍କ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।

ଏସବୁ ମାସ୍କ ପିନ୍ଧିବା ଦ୍ବାରା ଲୋକଙ୍କୁ କରୋନା ଭୁତାଣୁ ସଂପର୍କରେ ସଚେତନ କରି ହେବ ବୋଲି ପ୍ରଫେସର ସାହୁ କହିଛନ୍ତି । ପ୍ରଫେସର ସାହୁ ପୂର୍ବରୁ ବାଲେଶ୍ବର ଏଫଏମ୍ ବିଶ୍ବ ବିଦ୍ୟାଳୟର କୁଳପତି, ଭାରତ ସରକାରଙ୍କ ଆଇବିଏସଡିର ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିଛନ୍ତି ।

 

ସମ୍ବନ୍ଧିତ ଖବର