ଭୁବନେଶ୍ୱର : ଆଜି ବାହୁଡ଼ା ଯାତ୍ରା ଅବସରରେ ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ସ୍ବତନ୍ତ୍ର ‘ମୋ ବସ୍’ ଚାଲିବ। ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ। ଭୁବନେଶ୍ବରରୁ ପୁରୀ ତାଳବଣିଆ ପର୍ଯ୍ୟନ୍ତ ଏସି ବସ୍‌ରେ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ନନ୍ ଏସି ବସ୍‌ ଟିକେଟ୍ ମୂଲ୍ୟ ୮୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ମାଳତୀପାଟପୁରରୁ ତାଳବଣିଆ ଚାଲିବାକୁ ଥିବା ବସ୍‌ର ଟିକେଟ୍‌ ମୂଲ୍ୟ ୨୦ ଟଙ୍କା ରହିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

Advertisment

ସକାଳ ୫ଟା ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ରଥମ ବସ୍‌ ଛାଡ଼ିବାକୁ ଥିବା ବେଳେ ପ୍ରତି ଅଧଘଣ୍ଟାରେ ରାତି ୧୦ଟା ୪୦ ପର୍ଯ୍ୟନ୍ତ ବସ୍‌ ଚାଲିବ। ସେହିଭଳି ତାଳବଣିଆରୁ ପ୍ରଥମ ବସ୍‌ ୫ଟା ୪୦ ମିନିଟ୍‌ରେ ଛାଡ଼ିବ। ପ୍ରତି ଅଧଘଣ୍ଟାରେ ରାତି ୧୧ଟା ୨୫ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ବସ୍‌ ଉପଲବ୍‌ଧ ହେବ। ବରମୁଣ୍ଡାରୁ ପ୍ରଥମ ବସ୍‌ ୫ଟା ୧୫ରେ ଛାଡ଼ିବ। ରାତି ୧୧ଟା ୪୦ ପର୍ଯ୍ୟନ୍ତ ବସ୍‌ ଉପଲବ୍ଧ ରହିବ। ମାଳତୀପାଟପୁରରୁ ସକାଳ ୭ଟାରୁ ବସ୍‌ ଉପଲବ୍ଧ ହେବ ବୋଲି କ୍ରୁଟ୍‌ କହିଛି।