ସାମୟିକ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ ପୁରୀ-ଆନନ୍ଦବିହାର-ପୁରୀ ନୀଳାଚଳ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଉତ୍ତର ରେଳପଥର ଲକ୍ଷ୍ନୌ-ରାଏବରେଲୀ-ପ୍ରତାପଗଡ଼-ବାରାଣସୀ ରେଳ ମାର୍ଗର ଗଙ୍ଗାଗଞ୍ଜ, ରାଏ ବରେଲୀ ଓ ରୂପମାଉ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ପୁରୀ ଓ ନୂଆଦିଲ୍ଲୀ ଆନନ୍ଦବିହାର ମଧ୍ୟରେ ଚଳାଚଳ କରୁଥିବା ନୀଳାଚଳ ବିଶେଷ ଟ୍ରେନ ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ।

୦୨୮୭୫/୦୨୮୭୬ ପୁରୀ-ଆନନ୍ଦବିହାର-ପୁରୀ ନୀଳାଚଳ ସ୍ୱତନ୍ତ୍ର ଟ୍ରେନ୍‌ ଉଭୟ ପୁରୀ ଓ ଆନନ୍ଦବିହାର ପାର୍ଶ୍ୱରୁ ଅଗଷ୍ଟ ମାସ ୩୧ ତାରିଖ, ସେପ୍ଟେମ୍ବର ମାସ  ୩, ୫, ୭,୧୦ ଏବଂ ୧୨ ତାରିଖ ଦିନ ଅମେଥି, ଗୌରୀଗଞ୍ଜ ଓ ରାଏ ବରେଲୀ ଷ୍ଟେସନରେ ରହଣି ନକରି ପରିବର୍ତ୍ତିତ ମାର୍ଗ ପ୍ରତାପଗଡ଼-ସୁଲତାନପୁର-ଲକ୍ଷ୍ମୌ ମାର୍ଗ ହୋଇ ଚଳାଚଳ କରିବ।

ସମ୍ବନ୍ଧିତ ଖବର