କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଫଳ ସୋମବାର ଅପରାହ୍ନରେ ବୋର୍ଡ କାର୍ଯ୍ୟାଳୟ ପ୍ରକାଶ ପାଇଛି। ଏଥିରେ ସାମଗ୍ରିକ ପାସ୍ ହାର ୪୯.୮୪ ପ୍ରତିଶତ ରହିଛି। ପେପର-୧ରେ ପାସ୍ ହାର ୪୭.୯୭ ପ୍ରତିଶତ ରହିଥିବା ବେଳେ ପେପର-୨ରେ ପାସ୍ ହାର ରହିଛି ୫୬ ପ୍ରତିଶତ। ପେପର-୧ରେ ୨୪୯୨୦ ଜଣ ଫର୍ମପୂରଣ କରିଥିବା ବେଳେ ୨୪୨୩୬ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୧୧,୯୫୫ଜଣ ପାସ୍ କରିଛନ୍ତି। ସେହିପରି ପେପର-୨ରେ ୭୫୨୮ଜଣ ଫର୍ମପୂରଣ କରିଥିବା ବେଳେ ୭୨୫୬ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୪୨୧୬ଜଣ ପାସ୍ କରିଛନ୍ତି। ଏହି ପରୀକ୍ଷାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp