ଓଡ଼ିଶା ହେତୁବାଦୀ ସମାଜର ସ୍ବତନ୍ତ୍ର କାର୍ଯ୍ୟକ୍ରମ: ସୂର୍ଯ୍ୟୋପରାଗରେ ବିରିୟାନୀ ଭୋଜି

ଭୁବନେଶ୍ବର: ସୂର୍ଯ୍ୟୋପରାଗ ଜନିତ ଅନ୍ଧବିଶ୍ବାସ ଦୂର ପାଇଁ ବିରିୟାନୀ ଭୋଜି କରିଛନ୍ତି ଓଡ଼ିଶା ହେତୁବାଦ ସମାଜ। ଓପନ୍‌ ଲର୍ଣ୍ଣିଂ ସିଷ୍ଟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଡାକ୍ତର, ଅଧ୍ୟାପକ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଭଳି ଅନେକ ହେତୁବାଦୀମାନେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ଦେବେନ୍ଦ୍ର ସୂତାର, ଡ. ପ୍ରତାପ ରଥ, ସୁଧାଂଶୁ ଶେଖର ଧଡ଼ା, କୁଂଜବିହାରୀ ପଣ୍ଡା, ପ୍ରଦୀପ ସେଠୀ, ନରେନ୍ଦ୍ର ମହାନ୍ତି, ଘାସିରାମ ପଣ୍ଡା, ଶ୍ରୀନାଥ ଜେନା, ଡ. ଏସ୍‌ଆର୍‌ ପାଢ଼ୀ ପ୍ରମୁଖ ରହିଛନ୍ତି। ପରାଗ ସମୟରେ ଅନ୍ନ ଖାଇଲେ ହଜମ ହୁଏ ନାହିଁ ବୋଲି ସାଧାରଣରେ ଏକ ଧାରଣା ରହିଛି। ଏଥିପାଇଁ ପରାଗ ସମୟରେ ପାକ ନିଷେଧ କରାଯାଇଥାଏ। ଏହି ଧାରଣା ଏକ ଅନ୍ଧବିଶ୍ବାସ ଓ ଏହାକୁ ଭୁଲ୍‌ ପ୍ରମାଣିତ କରିବା ସହ ବୈଜ୍ଞାନିକ ଚେତନା ବୃଦ୍ଧି ପାଇଁ ଏଭଳି ଭୋଜିର ଆୟୋଜନ କରାଯାଇଥିବା ହେତୁବାଦୀ ଦେବେନ୍ଦ୍ର ସୂତାର କହିଛନ୍ତି।

ସମ୍ବନ୍ଧିତ ଖବର