ରାଜ୍ୟ ସରକାରଙ୍କ ଫନି ପ୍ୟାକେଜରେ ହସ୍ତଶିଳ୍ପ କାରିଗର ଓ ବୁଣାକାରଙ୍କ ଲାଗି ସ୍ୱତନ୍ତ୍ର ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାର ‘ଫନି’ ବାତ୍ୟା କ୍ଷତିଗ୍ରସ୍ତ ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ଲାଗି ସହାୟତା ଘୋଷଣା କରିଛନ୍ତି।

ଭାଙ୍ଗିଯାଇଥିବା ଯନ୍ତ୍ରପାତି ବଦଳାଇବା ପାଇଁ ପ୍ରତି ହସ୍ତଶିଳ୍ପ କାରିଗରଙ୍କୁ ୪୧୦୦ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବା ସଂଗେ ସଂଗେ କଞ୍ଚାମାଲ୍‌ ବା ପ୍ରସ୍ତୁତ ସାମଗ୍ରୀ ନଷ୍ଟ ହୋଇଥିବା କାରିଗରମାନଙ୍କୁ ୪୧୦୦ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏହି ସହାୟତା ବାତ୍ୟା କ୍ଷତିଗ୍ରସ୍ତ ଅଂଚଳର ୭୦,୦୦୦ କାରିଗରଙ୍କୁ ଦିଆଯିବ। ସେହିପରି ୬୦,୦୦୦ କ୍ଷତିଗ୍ରସ୍ତ ବୁଣାକାରମାନଙ୍କୁ ମଧ୍ୟ ନଷ୍ଟ ହୋଇ ଯାଇଥିବା ଯନ୍ତ୍ରପାତି ଓ କଞ୍ଚାମାଲ କିଣିବା ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଯେଉଁ ବୁଣାକାରମାନଙ୍କର ଯନ୍ତ୍ରପାତି ହସ୍ତତନ୍ତ୍ର ଭାଙ୍ଗି ଯାଇଥିବ ସେମାନଙ୍କୁ ୪୧୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ। ସେହିପରି ଯେଉଁ ବୁଣାକାରମାନଙ୍କର କଞ୍ଚାାମାଲ୍‌ ଓ ପ୍ରସ୍ତୁତ ହୋଇସାରିଥିବା ସାମଗ୍ରୀ ବାତ୍ୟାରେ ନଷ୍ଟ ହୋଇଯାଇଥିବ , ସେମାନଙ୍କୁ ମଧ୍ୟ ୪୧୦୦ ଟଙ୍କା ଲେଖାଏଁ ସାହାଯ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର