ରାଜ୍ୟ ବଜେଟ ୨୦୧୯-୨୦ : ମହିଳାଙ୍କ ମନ ଜିଣିଲେ ନବୀନ ସରକାର

ଭୁବନେଶ୍ୱର : ମହିଳାଙ୍କ ମନ ଜିଣିଛନ୍ତି ନବୀନ ସରକାର । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଷୟ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଗୋଟିଏ ହେଉଛି କୃଷି ଓ ଅନ୍ୟଟି ହେଉଛି ମହିଳା ସଶକ୍ତିକରଣ । କୃଷି ପାଇଁ ସରକାର ୨୦୭୧୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ମହିଳାଙ୍କ ମନ ଜିଣିବା ପାଇଁ ଏଥରର ବଜେଟରେ ଅନେକ ବ୍ୟବସ୍ଥା କରାଯାଇଛି ।

ମହିଳା ସଶକ୍ତିକରଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ଘୋଷଣା କରିଛନ୍ତି । ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ମହିଳାମାନଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ପ୍ରଦାନ କରାଯିବ । ସେହିପରି ମିଶନ ଶକ୍ତି ପାଇଁ ଅତିରିକ୍ତ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ବଜେଟରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସଂଶା କରି କହିଛନ୍ତି ଯେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ପ୍ରଦାନ ସମଗ୍ର ଦେଶରେ ସର୍ବାଧିକ ।

ସମ୍ବନ୍ଧିତ ଖବର