ଅଗଷ୍ଟ ପହିଲା ଯାଏ ୪ ଟ୍ରେନ୍‌ ବାତିଲ୍‌, ୧୫ରୁ ପ୍ରତିଦିନ ଚାଲିବ ରାଜଧାନୀ ସ୍ବତନ୍ତ୍ର

ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୧୫ରୁ ଅଗଷ୍ଟ ପହିଲା ମଧ୍ୟରେ କେତେକ ବିଶେଷ ଟ୍ରେନ୍ ବାତିଲ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଲା, ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ଟ୍ରେନ୍‌ (୦୮୪୧୨/ ୦୮୪୧୧), କଟକ-ଭଦ୍ରକ-କଟକ ଟ୍ରେନ୍‌ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ଟ୍ରେନ୍‌ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ୍‌ (୦୮୪୫୪/୦୮୪୫୩)।

ଜୁଲାଇ ୧୫ରୁ ୧୯ ପର୍ଯ୍ୟନ୍ତ ଭୁବନେଶ୍ବର­ ବଲାଙ୍ଗୀର-ଭୁବନେଶ୍ବର­ ବିଶେଷ ଟ୍ରେନ୍‌ (୦୮୪୯୩/୦୮୪୯୪), ଭୁବନେଶ୍ବର­-କେନ୍ଦୁଝରଗଡ଼- ଭୁବନେଶ୍ବର­ ବିଶେଷ ଟ୍ରେନ୍‌ (୦୮୪୫୬/୦୮୪୫୫) ବାତିଲ୍‌ ରହିବ। ସେହିପରି ଜୁଲାଇ ୧୭ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ସପ୍ତାହର ଶେଷ ତଥା ଶନିବାର ଓ ରବିବାର ଭୁବନେଶ୍ବର-ପାଲାସା-ଭୁବନେଶ୍ବର ଟ୍ରେନ୍ (୦୮୪୩୩/୦୮୪୩୪), ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର ବିଶେଷ ଟ୍ରେନ(୦୨୮୯୨/୦୨୮୯୧)କୁ ବାତିଲ୍‌ କରାଯାଇଛି। ପୁରୀ-କଟକ-ପୁରୀ ବିଶେଷ ଟ୍ରେନ୍‌ (୦୮୪୩୧/ ୦୮୪୩୨) ଜୁଲାଇ ୨୪ରୁ ଅଗ‌ଷ୍ଟ ପହିଲା ପର୍ଯ୍ୟନ୍ତ ବାତିଲ୍‌ ରହିବ। ପୁରୀ-ଅନୁଗୁଳ-ପୁରୀ ସ୍ପେସାଲ୍(୦୮୪୨୮/୦୮୪୨୭) ସପ୍ତାହର ଶେଷ ଦିନ ଅର୍ଥାତ୍‌ ଜୁଲାଇ ୨୪ ଓ ୨୫ ଏବଂ ଜୁଲାଇ ୩୧ ଓ ଅଗଷ୍ଟ ୧ରେ ଉଭୟ ଦିଗରୁ ବାତିଲ୍ ରହିବ। ଜୁଲାଇ ୨୬ରୁ ୩୦ ପର୍ଯ୍ୟନ୍ତ ଉଭୟ ଦିଗରୁ ଏହି ଟ୍ରେନ୍ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ହୋଇ ରହିବ। ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ। ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ସ୍ପେସାଲ ଜୁଲାଇ ୧୫ରୁ ପ୍ରତିଦିନ ସେବା ପ୍ରଦାନ କରିବ।

ସମ୍ବନ୍ଧିତ ଖବର