ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ ଦାସ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ଭିଜିଲାନ୍‌ସ ଟିମ୍‌କୁ ବର୍ତ୍ତମାନ ସୁଦ୍ଧା ୩ କୋଟି ଟଙ୍କାର ସଂପତ୍ତି ମିଳିଥିବା ବେଳେ ଅଜୟ ଦାସ ଜବତ ସଂପତ୍ତିର ସଠିକ ତଥ୍ୟ ଦେଇପାରୁ ନାହାନ୍ତି।

ସୂଚନାଯୋଗ୍ୟ, ଆୟ ବହିର୍ଭୁ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଗତକାଲି ଭିଜିଲାନ୍‌ସ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ଭିଜିଲାନ୍‌ସ ପକ୍ଷରୁ ଅଜୟଙ୍କ ଟଙ୍କପାଣି ରୋଡସ୍ଥିତ ଘର, ଭୁବନେଶ୍ୱର ନୂଆ ଗାଁ ଆଉଟହାଉସ, ପଟିଆ ଫ୍ଲାଟ, ବାଲେଶ୍ୱରରେ ଥିବା ୨ ମହଲା ଘର, ପୁରୀରେ ଥିବା ଫ୍ଲାଟରେ ଏକସମୟରେ ଚଢଉ କରାଯାଇଥିଲା।

ସମ୍ବନ୍ଧିତ ଖବର