ଅବହେଳା ପାଇଁ ସ୍ବତନ୍ତ୍ର ରାଜ୍ୟ ଆନ୍ଦୋଳନ ମୁଣ୍ଡ ଟେକୁଛି : ନରସିଂହ

ବଲାଙ୍ଗୀର: ସ୍ବତନ୍ତ୍ର ରାଜ୍ୟ ମୁଣ୍ଡ ଟେକିବା ପଛରେ କ୍ରମାଗତ ଅବହେଳା! ସମସ୍ୟା ପ୍ରତି ସରକାର ନଜର ନଦେଲେ ଭୟାବହ ଆନ୍ଦୋଳନ ହେବ। ଆଜି ଏଠାରେ ଅାୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଗତ କିଛିଦିନ ତଳେ କୋଶଳ ରାଜ୍ୟ ଦାବି ନେଇ ମହାବନ୍ଦ ପାଳନ ହୋଇଥିଲା। ସେହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର ଅନ୍ୟରାଜ୍ୟ ସରକାର ନାହିଁ ମାତ୍ର ସମତୁଲ ବିକାଶ ଦରକାର ବୋଲି କହିଥିଲେ। ଅନେକ କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅବହେଳା କରାଯାଉଥିବା ବେଳେ ଶ୍ରୀ ମିଶ୍ରଙ୍କ ଏହି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏହାର କିଛିଦିନ ପରେ ଆଜି ଗଣମାଧ୍ୟମକୁ ଡାକି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଶ୍ରୀ ମିଶ୍ର। ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ପୂରା ଜିଲ୍ଲାର ସମସ୍ୟାବଳୀକୁ ନେଇ ଏକ ଲମ୍ବା ତାଲିକା ଦେଇଛନ୍ତି। ତନ୍ମଧ୍ୟରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଅଭାବ, ଭୀମଭୋଇ ମେଡିକାଲ କଲେଜ ସମ୍ପୂର୍ଣ୍ଣ ନହେବ‌ାକୁ ନେଇ ସରକାରଙ୍କୁ ସମାଲୋଚନା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଏଥିସହିତ, ରାଜ୍‌ ପରିବାର ୪ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଥିବା ଓ ସରକାର ଏ ନେଇ ଅବଗତ ଥିବାବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର।

ସମ୍ବନ୍ଧିତ ଖବର