ଭୁବନେଶ୍ବର: ମଙ୍ଗଳବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ ସୂଚନା ପ୍ରଦାନ କରିଛନ୍ତି।
ଶୀତକାଳୀନ ଅଧିବେଶନରେ କଂଗ୍ରେସ ଦଳ କେଉଁକେଉଁ ପ୍ରସଙ୍ଗ ଉଠାଇବ ସେ ନେଇ ଆଲୋଚନା ହୋଇଛି। ଆକ୍ରମଣାତ୍ମକ ଶୈଳୀରେ ବିଧାନସଭାକୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
କଂଗ୍ରେସ ପକ୍ଷରୁ ଅନାହାର ମୃତ୍ୟୁ କନ୍ଧମାଳ ରାଜ୍ୟରେ ଶିଶୁ ବିକ୍ରି ବଲାଙ୍ଗୀର ଓ ରାୟଗଡା ଗନ୍ଧମାର୍ଦ୍ଦନ ପର୍ବତକୁ ଅଦାନୀ ହାତକୁ ଟେକି ଦେବା ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି।
ଅଧିକ ପଢ଼ନ୍ତୁ: ସୋନାପୁର ବେଳାଭୂମିରେ ବିରାଟକାୟ ସାର୍କ
ଏହା ସହିତ ନିଟ୍ ପରୀକ୍ଷାରେ ଅନିୟମିତତା ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଏବଂ ଦାନା ବାତ୍ୟା କ୍ଷୟକ୍ଷତି ଆକଳନରେ ଅନିୟମିତତା ଉପରେ ଗୁରୁତ୍ବାରୋପ କରିବ।
ସେହିପରି ପେସା ଆଇନ ଓ ଆଦିବାସୀ ପ୍ରସଙ୍ଗ ସର୍ବଶିକ୍ଷା ଅଭିଯାନକୁ ବାଟବଣା କରାଇବା ପ୍ରସଙ୍ଗ ଜମି ଅଧିଗ୍ରହଣ ଅନିୟମିତତା ପ୍ରସଙ୍ଗ ବେରୋଜଗାରୀ,ଦରଦାମ ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ରାମ ଚନ୍ଦ୍ର କାଡ଼ାମ କହିଛନ୍ତି।
ଅଧିକ ପଢ଼ନ୍ତୁ: \ଯୌତୁକ ନିର୍ଯାତନା:ଶ୍ବଶୁରଘର ଆଗରେ ଯୌତୁକ ସାମଗ୍ରୀ ଗଦାଇ ନିଆଁ ଲଗାଇଲେ ଜ୍ବାଇଁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/25/9rKaNsLaeqxrPTYAg5wU.jpg)