ସିଆଲଦା-ପୁରୀ ମଧ୍ୟରେ ଶୀତତାପ ନିୟନ୍ତ୍ରିତ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ଗ୍ରୀଷ୍ମ ଋତୁରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକ‌ରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ଏକ ଗ୍ରୀଷ୍ମକାଳୀନ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ସିଆଲଦା-ପୁରୀ-ସିଆଲଦା ଶୀତତାପ ନିୟନ୍ତ୍ରିତ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍‌(୦୩୧୦୧/୦୩୧୦୨) ମେ’ ୧୧ଠାରୁ ଜୁନ୍‌ ୨୨ ମଧ୍ୟରେ ସିଆଲଦାରୁ ପ୍ରତି ଶନିବାର ରାତି ୧୧ଟା ୫୦ରେ ଛାଡ଼ିବାକୁ ଥିବା ବେଳେ ପୁରୀଠାରୁ ଏହି ଟ୍ରେନ୍‌ ମେ’ ୧୨ରୁ ଜୁନ୍‌ ୨୩ ତାରିଖ ମଧ୍ୟରେ ପ୍ରତି ରବିବାର ଅପରାହ୍‌ଣ ୨ଟାରେ ସିଆଲଦାକୁ ଯାତ୍ରା କରିବ।

ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟ ଦେଇ ୧୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ବର୍ତମାନ ଚଳାଚଳ କରୁଛି। ଯାହାକି ଗ୍ରୀଷ୍ମ ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକରେ ଯାତ୍ରୀ ଭିଡ଼କୁ ପ୍ରସମିତ କରାଯାଇପାରିବ। ଏହି ଗ୍ରୀଷ୍ମକାଳୀନ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ଟ୍ରେନ୍‌ରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଚାରିଟି ଏସି ଦ୍ଵିତୀୟ ଶ୍ରେଣୀ, ୧୨ଟି ଏସି ତୃତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍‌ ଉପଲବ୍ଧ ଥିବାବେଳେ ଏହା ସିଆଲଦା ଓ ପୁରୀ ମଧ୍ୟରେ ଆନ୍ଦୁଲ, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌ଗୁଡ଼ିକରେ ରହିବ।

ସମ୍ବନ୍ଧିତ ଖବର