ସ୍ବତନ୍ତ୍ର ସ୍ବାଧିକାର କମିଟି ଘୋଷଣା ଆଜି

ଭୁବନେଶ୍ବର : ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସମ୍ପର୍କରେ ସ୍ବତନ୍ତ୍ର ସ୍ବାଧିକାର କମିଟି ବିଚାର କରିବ। ଏ ନେଇ ଗୁରୁବାର ଦିନ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଛନ୍ତି। ଗୃହ ବାହାରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଶୁକ୍ରବାର କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନାମର ଗୃହରେ ଘୋଷଣା କରିବେ। କମିଟି କେତେଦିନ ଭିତରେ ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବ ସେ ସମ୍ପର୍କରେ ବି ଗୃହରେ ଘୋଷଣା କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର