କଟକ: କଟକରେ ନକଲି ମେଡିସିନ ବିକ୍ରି କରିବା ଘଟଣାରେ କମିସନରେଟ ପୁଲିସ ଆଉ ପାଦେ ଆଗେଇଛି। ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ ରାଜ୍ଯ ବାହାରକୁ ଯାଇଛି। ପୁରୀଘାଟ ଥାନା ଅଧିକାରୀଙ୍କ ନେତୃତ୍ବରେ ଚାରି ଜଣିଆ ଟିମ ବିହାରର ଗୟାକୁ ଯାଇଛି। ଏହି ଟିମ୍‌ରେ ଦୁଇ ଜଣ ଏକ୍ସପର୍ଟ ମଧ୍ଯ ରହିଛନ୍ତି। ତେବେ କଟକର ଭିଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ ଏହି ନକଲି ମେଡିସିନ ଗୟା ଓ ବେଙ୍ଗାଲୁରୁ ଠାରୁ ଆଣୁଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା। ସେଥି ପାଇଁ ଅଧିକ ତଦନ୍ତ ପାଇଁ ଟିମ ବିହାର ଗସ୍ତ କରିଛି। ସେଠାରେ ତଦନ୍ତ ପରେ ଜଣାପଡିବ ଯେ, କିଏ ଏହି ନକଲି ମେଡିସିନ ପ୍ରସ୍ତୁତର ମାଷ୍ଟରମାଇଣ୍ଡ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।

Advertisment

ନକଲି ମେଡିସିନ ବିକ୍ରି ମାମଲାରେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ନକଲି ମେଡିସିନ କାରବାର ମାମଲାରେ ପୁଲିସ ସେମାନଙ୍କୁ ପଚରାଉଚରା ମଧ୍ୟ କରିଛି। ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି ।