ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଫେବୃୟାରି ମାସ ୨୭ ତାରିଖଠାରୁ ଦିବ୍ରୁଗଡ଼ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି |
୦୫୯୦୬/୦୫୯୦୫ ଦିବ୍ରୁଗଡ଼ - କନ୍ୟାକୁମାରୀ - ଦିବ୍ରୁଗଡ଼ ସ୍ବତନ୍ତ୍ର ଟ୍ରେନ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୭.୨୫ରେ ଦିବ୍ରୁଗଡ଼ରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୫.୩୦ରେ କନ୍ୟାକୁମାରୀରୁ ଛାଡ଼ିବ।
ଏହି ଟ୍ରେନ୍ ଦିବ୍ରୁଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବ। ଏଥିସହିତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନଠାରେ ଉଭୟ ପାର୍ଶ୍ୱରୁ ରହଣି କରିବ।