ପୁରୀ-ବିକାନେର୍ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ ବିକାନେର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିକାନେର-ପୁରୀ-ବିକାନେର ସ୍ପେସାଲ୍ ଟ୍ରେନ (୦୪୭୦୯/୦୪୭୧୦) ଜୁନ୍‌ ୧୩ରୁ ବିକାନେରରୁ ପ୍ରତ୍ୟେକ ରବିବାର ସନ୍ଧ୍ୟା ୭ଟା ୩୫ରେ ଛାଡ଼ିବାକୁ ଥିବାବେଳେ ପୁରୀଠାରୁ ଜୁନ ୧୬ରୁ ପ୍ରତ୍ୟେକ ବୁଧବାର ସକାଳ ୬ଟା ୩୫ରେ ଛାଡ଼ି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାର ଖୋର୍ଦ୍ଧାରୋଡ, ଭୁବନେଶ୍ବର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡ଼ା ରୋଡ ଷ୍ଟେସନରେ ରହଣି କରିବ।

ସମ୍ବନ୍ଧିତ ଖବର