ତ୍ରିଭେନ୍ଦ୍ରମ ଓ ମାଲ୍‌ଦା ଟାଉନ ମଧ୍ୟରେ ବିଶେଷ ଟ୍ରେନ୍

ଭୁବନେଶ୍ବର : ତ୍ରିଭେନ୍ଦ୍ରମ ଓ ମାଲ୍‌ଦା ଟାଉନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ତ୍ରିଭେନ୍ଦ୍ରମ-ମାଲ୍‌ଦା ଟାଉନ-ତ୍ରିଭେନ୍ଦ୍ରମ ବିଶେଷ ଟ୍ରେନ(୦୬୧୮୫/୦୬୧୮୬) ତ୍ରିଭେନ୍ଦ୍ରମରୁ ଏପ୍ରିଲ ୨୭ ଓ ମେ’ ୧(ମଙ୍ଗଳବାର ଓ ଶନିବାର) ଦିନ ସନ୍ଧ୍ୟା ୬ଟାରେ ଛାଡ଼ିବାକୁ ଥିବା ବେଳେ ମାଲ୍‌ଦା ଟାଉନ୍‌ରୁ ଏପ୍ରିଲ ୩୦ ଓ ମେ’ ୪(ଶୁକ୍ରବାର ଓ ସୋମବାର) ସନ୍ଧ୍ୟା ୭ଟା ୪୫ରେ ଛାଡ଼ି ତ୍ରିଭେନ୍ଦ୍ରମ ଅଭିମୁଖେ ଯାତ୍ରା କରିବ। ପୂର୍ବତଟ ପରିସୀମା ମଧ୍ୟରେ ଏହି ଟ୍ରେନ୍ ଦୁଭାଡା, ବିଶାଖାପାଟଣା, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଧାରୋଡ୍, ଭୁବନେଶ୍ବର, କଟକ ଓ ଭଦ୍ରକଠାରେ ରହଣି କରିବ।

ସମ୍ବନ୍ଧିତ ଖବର