ରଥଯାତ୍ରା ପାଇଁ ପୂର୍ବତଟ ରେଳପଥର ପ୍ରସ୍ତତି; ରେଳଯାତ୍ରୀଙ୍କ ପାଇଁ ନିୟମିତ ଟ୍ରେନ୍‌ ବ୍ୟତୀତ ଚାଲିବ ସ୍ବତନ୍ତ୍ର ରେଳ

ଭୁବନେଶ୍ୱର-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କାରେ ଯୁବକ ମୃତ

ଭୁବନେଶ୍ବର: ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରାର ଆୟୋଜନ ହେବ। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏବେ ଠାରୁ ପୁରୀରେ ଭକ୍ତଙ୍କର ସମାଗମ ହେବା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଠାରୁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିବେ। ତେଣୁ ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ପୁରୀକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅର୍ଥାତ ପୂର୍ବତଟ ରେଳପଥ ଅଧିନ ବିଭିନ୍ନ ସ୍ଥାନରୁ ନିୟମିତ ଟ୍ରେନ୍‌ ବ୍ୟତୀତ କିଛି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ।

ରଥଯାତ୍ରା ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଚଳିତ ଜୁନ୍‌ ମାସ ୨୦-୩୦ ତାରିଖ ମଧ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଭଦ୍ରକ, ଯାଜପୁର, କେନ୍ଦୁଝର, ପାରାଦୀପ, ଗୁଣୁପୁର, ସମ୍ବଲପୁର, ନୂଆଗାଁ, ଜଗଦଲପୁର, ରାଉରକେଲା, ଅନୁଗୁଳ, ବିଶାଖାପାଟଣା ଇତ୍ୟାଦି ସ୍ଥାନମାନଙ୍କରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଯାତ୍ରୀମାନେ ଟ୍ରେନ୍‌ ଚଳାଚଳ ସମୟ ବିବରଣୀ ୱେବସାଇଟ୍ https://eastcoastrail.indianrailways.gov.in ମାଧ୍ୟମରେ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe